
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଳଦିଆଟାଙ୍ଗିରୀର ବାର୍ଷିକ ଉତ୍ସବ।
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଳଦିଆଟାଙ୍ଗିରୀର ବାର୍ଷିକ ଉତ୍ସବ।
କେନ୍ଦୁଝର,ତା୭/୨- ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଳଦିଆଟାଙ୍ଗିରୀର ବାର୍ଷିକ ଉତ୍ସବ,୨୦୨୫-୨୬ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ଓଁକାର ଅନ୍ୱେଷଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ସମାଜସେବୀ ଦିଲ୍ଲୀପ କୁମାର ପଣ୍ଡା ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ମାନସ ରଞ୍ଜନ ମିଶ୍ର, ଶ୍ରୀ କପିଳ ଚନ୍ଦ୍ର ଦାଶ, ଶ୍ରୀ ତରଣୀସେନ ମୁଣ୍ଡା, ନରଣପୁର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରୀନା ନାଏକ, ନରଣପୂର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର କବି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀମତୀ ରେବତୀ ବେହେରା ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ଓ ଛାତ୍ରାବାସର ପାଚିକା ସହାୟିକା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଦେବଜାନୀ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା। ସଭା ପ୍ରାରମ୍ଭରେ ସିଆରସିସି ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ କୁମାର ମହାନ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥି ମାନଙ୍କ ଦ୍ଵାରା କୃତୀ ଛାତ୍ରଛତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଏବଂ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ତପସ୍ଵିନୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ଅର୍ଚ୍ଚନା ସାହୁ ମଞ୍ଚ ପରିଚାଳନା କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ସ୍ମିତା ମିଶ୍ରଙ୍କ ସଂଯୋଜନା ନିର୍ଦ୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବାର୍ଷିକ ଉତ୍ସବକୁ ସଫଳ କରିବାପାଇଁ ସହକାରୀ ଶିକ୍ଷୟିତ୍ରୀ ରୀନାବାଳା ପ୍ରଧାନ, ଆସ୍ପାୟର ଶିକ୍ଷା ସହଯୋଗୀ ବିଦ୍ୟାବତୀ ନାଏକ ଏବଂ ଶିକ୍ଷୟିତ୍ରୀ ସରସ୍ଵତୀ ମହାନ୍ତ ସହଯୋଗ କରିଥିଲେ।
ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।