logo

ଗୋବିନ୍ଦପୁର ଉ.ପ୍ରା. ବିଦ୍ୟାଳୟରେ ‘ତିଥି ଭୋଜନ'।

ଗୋବିନ୍ଦପୁର ଉ.ପ୍ରା. ବିଦ୍ୟାଳୟରେ ‘ତିଥି ଭୋଜନ'।

କେନ୍ଦୁଝର,ତା୭/୨- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁର ଠାରେ 'ତିଥି ଭୋଜନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଏକ ଜନ ସଚେତନତା ମୂଳକ କାର୍ଯ୍ୟକ୍ରମ ଇକୋ କ୍ଳବ୍ ତରଫରୁ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସଦର ବ୍ଲକର ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନସ ରଞ୍ଜନ ମିଶ୍ର ଯୋଗ ଦେଇ ବିଦ୍ୟାଳୟ କିଚେନ୍ ଗାର୍ଡେନରୁ ସଂଗୃହୀତ ପନିପରିବାରେ ତରକାରୀ ପ୍ରସ୍ତୁତ କରାଯାଇ ଛାତ୍ରଛାତ୍ରୀ , ଅଭିଭାବକ ଅଭିଭାବିକା , ଗୋଷ୍ଠୀ ସଦସ୍ୟ , ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦିଆଯାଉଥିବାରୁ ପ୍ରଶଂସା କରିଥିଲେ ଓ ସମସ୍ତେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିମନ୍ତେ ପରାମର୍ଶ ଦେଇଥିଲେ । ଇକୋ କ୍ଳବ୍ ଶିକ୍ଷକ ବିଜୟ କୁମାର ମିଶ୍ର ସମସ୍ତେ ନିଜ ଘରେ କିଚେନ ଗାର୍ଡେନ କରିବା ସହ ଚାରା ଗଛ ରୋପଣ କରିବାକୁ କହିଥିଲେ । ଏଥି ସହିତ ତିଥି ଭୋଜନରେ ଖାଦ୍ୟ ପରିବେଷଣରେ ପତ୍ର ଖଲି ଓ ଚଉପତିର ବ୍ୟବହାର ହୋଇଥିବାରୁ ଅନ୍ୟତମ ଅତିଥି ରାଇସୁଆଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବସନ୍ତ କୁମାର ପରିଡ଼ା ଖୁସି ବ୍ୟକ୍ତ କରିଥିଲେ। ବିଦ୍ୟାଳୟର ପଞ୍ଚ ସଖା ସେତୁର ସଦସ୍ୟ କୁନା ଚନ୍ଦ୍ର ଜେନା , ମନ୍ମୟ ଆନନ୍ଦ ଜେନା ପ୍ରଭୃତିଙ୍କ ସହଯୋଗରେ ଆଜିର କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ତାଙ୍କୁ ବିଦ୍ୟାଳୟ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଶିକ୍ଷୟିତ୍ରୀ ଶୁଭଶ୍ରୀ ରାଉତ , ରଞ୍ଜିତା ରାଣୀ ମଲ୍ଲିକ ଓ ଶୁଭଶ୍ରୀ ମହାନ୍ତଙ୍କ ସହଯୋଗରେ ଛାତ୍ରଛାତ୍ରୀ ମାନେ ସୁଷମ ଖାଦ୍ୟ , ଭଲ ଖାଦ୍ୟ ଖରାପ ଖାଦ୍ୟ ଲୁଡୁ ଖେଳ ତଥା ବିଭିନ୍ନ ପ୍ରକାର ଭିଟାମିନ ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ। ଅତିଥିମାନଙ୍କୁ ବିଦ୍ୟାଳୟ ବଗିଚାରେ ହୋଇଥିବା ପନିପରିବା ଉପହାର ସଦୃଶ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସୁସ୍ମିତା ପ୍ରିୟମ୍ବଦା ରାଉତ, ସ୍ଵର୍ଣ୍ଣଲତା ନାୟକ ଓ ଶୁଭଲକ୍ଷ୍ମୀ ସାହୁ ପରିଚାଳନା କରିଥିଲେ।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

16
815 views