logo

ଦିବାରାତ୍ର ଭଲିବଲ ପ୍ରତିଯୋଗିତା ଉଦଯାପିତ।

ଦିବାରାତ୍ର ଭଲିବଲ ପ୍ରତିଯୋଗିତା ଉଦଯାପିତ।

ପାଟଣା:୭/୨, କେନ୍ଦୁଝର ଜିଲ୍ଲା ବଡ ପାଟଣା ପଞ୍ଚାୟତ ସୁଆମ ବୀରଜୟ ଗୋବିନ୍ଦପୁର ଶାସନ ରେ ଶୁକ୍ରବାର ଦିନ ଭଲିବଲ ପ୍ରତିଯୋଗିତା ଉଦଯାପିତ ହୋଇଛି। ଏହି ଭଲିବଲ ଉଦଯାପିତ ଦିବସରେ ମୁଖ୍ୟଅତିଥି ଭାବେ ଜଣାଶୁଣା ସମାଜସେବୀ ବିବେକାନନ୍ଦ ଦାଶ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟର ଖେଳ ଶିକ୍ଷକ ଧର୍ମେନ୍ଦ୍ର କୁମାର ସାହୁ, ପାଟଣା ଥାନାର କାର୍ଯ୍ୟା ରତ ଅଫିସର ଧନେଶ୍ୱର ପାତ୍ର ଯୋଗ ଦେଇଥିଲେ। ଏହି ଭଲିବଲ ଖେଳକୁ ବାରିପଦା ରୁ ଆସିଥିବା ଦୁଇ ଅମ୍ପେୟାର ରାଜେଶ କୁମାର ସାହୁ, କିସାନ୍ କୁମାର ମହାନ୍ତ ଖେଳକୁ ପରିଚାଳନା କରିଥିଲେ। ତେବେ ଏହି ଭଲିବଲ ପ୍ରତିଯୋଗିତାରେ ମୋଟ ୬ଟି ଦଳ ଭାଗ ନେଇଥିଲେ।

ଏହି ୬ଟି ଦଳ ମଧ୍ୟରେ କଡା ଟକ୍କର ହୋଇଥିବାବେଳେ ସେଥିମଧ୍ୟରୁ ଫାଇନାଲରେ ସୁଆମ ବନାମ କରଞ୍ଜିଆ ଖେଳ ହୋଇଥିଲା।କରଞ୍ଜିଆ ଟିମ ସୁଆମ ଟିମ କୁ ୨/୦ ରେ ପରାସ୍ତ କରି ବିଜେତା ହୋଇଥିଲା। ଏହି ଭଲିବଲ ଖେଳରେ ବିଜେତା କରଞ୍ଜିଆ ଟିମ କୁ ୫୦୦୦ ଟଙ୍କା ସହ ଟ୍ରଫି ଦିଆଯିବା ସହ ଦିତୀୟ ସ୍ଥାନରେ ସୁଆମ ଟିମ କୁ ୩୦୦୦ ଟଙ୍କା ସହ ଟ୍ରଫି ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ଭଲିବଲ ଖେଳକୁ ସୁଆମ ଗ୍ରାମର ସମସ୍ତ ଛୋଟ ବଡ ପିଲାମାନଙ୍କ ସହଯୋଗ କରିଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

8
1059 views