
ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ରେ ବାର୍ଷିକ ଉତ୍ସବ।
ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ରେ ବାର୍ଷିକ ଉତ୍ସବ।
ପାଟଣା:୭/୨, ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ର ୪୪ ତମ ପ୍ରତିଷ୍ଠା ଦିବସ ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇ ଯାଇଛି।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସମ୍ପାଦକ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶ ଓ ମୂଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ଚିତ୍ତରଞ୍ଜନ ମିଶ୍ର, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ବିଧାୟକ ଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ବଡ଼ପାଟଣା ସରପଞ୍ଚ ବିନତି ବାନରା, ସାମାଜିକ କର୍ମୀ ଅଜୟ କୁମାର ଦାଶ ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଥିବା ସେମାନଙ୍କ ଅନୁଭୂତି କୁ ମନେ ପକାଇଥିଲେ । ୪୪ ବର୍ଷ ତଳେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯେଉଁ ମାନେ ଅକ୍ଲାନ୍ତ ପରିଶ୍ରମ କରିଥିଲେ ତାହା ପାଟଣା ଅଞ୍ଚଳ ପାଇଁ ଏକ ଆଶାର ଆଲୋକ ହୋଇଛି। ମହାବିଦ୍ୟାଳୟ ଆଜି ଯେଉଁ ସ୍ଥାନରେ ରେ ପହଞ୍ଚିଛି ତାହାର ଗାରିମା ବିଜାୟ ରଖିବା ପାଇଁ ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ। ଆଜି ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଏକ ବିରାଟ ବଟ ବୃକ୍ଷ ଭାବେ ଛିଡ଼ା ହୋଇଥିବା ବେଳେ ଏହାକୁ ପ୍ରତିଷ୍ଠା କରିବାରେ ଯେଉଁ ମହାନ ବ୍ୟକ୍ତି ମାନଙ୍କର ଅବଦାନ ରହିଛି ତାଙ୍କୁ ସମସ୍ତେ ମନେ ପକାଇ ତାଙ୍କର ଗୁଣଗାନ କରିଥିଲେ। ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ କରି ଜ୍ଞାନ ଆରୋହଣ କରିବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ରେ ପ୍ରାଧ୍ୟାପକ ଆଶ୍ୱିନୀ କୁମାର ସାହୁ ଓ ଶରତ କୁମାର ମିଶ୍ର ମଞ୍ଚ ସଂଯୋଜନା କରିଥିବା ବେଳେ କ୍ରୀଡା ଶିକ୍ଷକ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ, ରଜତ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଛାତ୍ରୀ ବୀଣାପାଣି ମହାରଣା ଙ୍କୁ ସଂମ୍ମାନ ଜଣକ ଦୀପ୍ତି ମେମୋରିଆଲ ଆୱାର୍ଡ ଓ ଶ୍ରେଷ୍ଠ ଛାତ୍ର ଭାବେ ସିପୁନ ମହାନ୍ତ ଓ ଛାତ୍ରୀ ଗାଙ୍ଗୀ ମାଝୀଙ୍କ ସହ ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ବ ଅର୍ଜ୍ଜନକରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କାରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଥିଲେ। କାର୍ଯ୍ୟକ୍ରମ ରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।
ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।