logo

ଜାମିଆ ମିସବାହୁଲ୍ ଓଲୁମ୍ ଅସ୍-ସଲଫୀୟାଃ ର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ।

ଜାମିଆ ମିସବାହୁଲ୍ ଓଲୁମ୍ ଅସ୍-ସଲଫୀୟାଃ ର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ।

ଝୁମ୍ପୁରା, ୦୭/୦୨/୨୦୨୬ , ଝୁମ୍ପୁରା ଠାରୁ ୧ କି.ମି.ଦୂରରେ ଥିବା ଟାଙ୍ଗରାଣୀ ଗ୍ରାମର ଖଲିଲାବାଦ ଅଞ୍ଚଳରେ ଅବସ୍ଥିତ ଜାମିଆ ମିସବାହୁଲ୍ ଓଲୁମ୍ ଅସ୍-ସଲଫୀୟାଃ ର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠାନର ଉପସଭାପତି ଜନାବ୍ ସଲାହୁଦ୍ଦୀନ୍ ଅନସାରୀ ସାହେବ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ସଭା ପରିଚାଳନା କରିଥିଲେ ଏହି ଶିକ୍ଷା ଅନୁଷ୍ଠାନର ସହକାରୀ ଶିକ୍ଷକ ଜନାବ ମୈାଲାନା ଇଶ୍ତେୟାକ୍ ଅସରୀ ସାହେବ ଏବଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଜନାବ୍ ମୈାଲାନା ହାଫିଜ୍ ଡକ୍ଟର ମୋଶାହିଦ୍ ଉମରୀ ସାହେବ୍, (ଯିଏ ଏହି ଶିକ୍ଷାନୁଷ୍ଠାନର ପୂର୍ବତନ ଛାତ୍ର ଏଵଂ ବର୍ତ୍ତମାନ ମହତାବ ଉଚ୍ଚ ବିଦ୍ୟାଳୟରେ ଉର୍ଦ୍ଦୁ ଶିକ୍ଷକ ଭାବେ କାର୍ଯ୍ୟରତ ରହିଛନ୍ତି।)

କାର୍ଯ୍ୟକ୍ରମର ଶୁଭାରମ୍ଭ ଏହି ଶିକ୍ଷାନୁଷ୍ଠାନର ଜଣେ ଛାତ୍ର ମହମ୍ମଦ୍ ସୋହୈଲ୍ ର କୁରଆନ୍ ପାଠରୁ ହୋଇଥିଲା। ତା'ପରେ କବିତା ପାଠ କରିଥିଲେ ଆଉ ଜଣେ ଛାତ୍ର ମୁଜୀବୁଲ୍-ହକ୍, ଏହା ପରେ ସଭା ପରିଚାଳକ ଅତିଥି ପରିଚୟ କରାଇବା ସହିତ ସ୍ୱାଗତ ସଂଭାଷଣ ଦେଖିଥିଲେ। ମୁଖ୍ୟ ଅତିଥି ଛାତ୍ରମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ ଇସଲାମ୍ ହେଉଛି ଶାନ୍ତି ଓ ସୈାହାର୍ଦ୍ଦ୍ୟର ଧର୍ମ, ଆପଣମାନେ ନିଜ ଆଚରଣ ଦ୍ୱାରା ଏହି ବାର୍ତ୍ତାର ପ୍ରସାର କରନ୍ତୁ। ସର୍ବତ୍ର ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ସହଅସ୍ତିତ୍ୱ, ସର୍ବ ଧର୍ବ ଭାଇଚାରା , ଅହିଂସା ନିତୀ ଅର୍ବଲମ୍ବନ,ସହ ଓ ଦେଶ ସେବା କରିବା ଇତ୍ୟାଦି ଗୁଣ ସମ୍ପନ୍ନ ହେବା ଉପରେ ଗୁରୁତ୍ୱ ଦେଇଥିଲେ।ଏହାପରେ ପୁରସ୍କାର ବିତରଣ ହେଲା। ଶେଷରେ ଅନୁଷ୍ଠାନର ଶୈଏଖୁଲ୍-ଜାମିଆ (ପ୍ରଧାନାଚାର୍ଯ) ଜନାବ ମୈାଲାନା ମୁହମ୍ମଦ ମୁରତାଜାଃ ସଲଫୀ ସାହେବ ଧନ୍ୟବାଦ ଅର୍ପଣ ପୂର୍ବକ ବିଦ୍ୟାର୍ଥୀମାନଙ୍କୁ ସଦୁପୋଦେଷ ଦେବା ସହିତ ଶିକ୍ଷକ ଓ ପରିଚାଳନା କମିଟିର ପଦାଧିକାରୀ ଓ ସଦସ୍ୟମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ଏହାପରେ ସଭାସାଙ୍ଗ ଘୋଷଣା ହେଲା ଏବଂ ବିଦ୍ୟାର୍ଥୀବୃନ୍ଦ, ଶିକ୍ଷକଗଣ, ଅତିଥିବୃନ୍ଦ ଓ ପରିଚାଳନା କମିଟିର ସଦସ୍ୟମାନେ ସମ୍ମିଳିତ ହୋଇ ରାତ୍ରି ଭୋଜନ କଲେ।

ରିପୋର୍ଟ: ଅବଦୁଲ୍ ରହମାନ୍, ଝୁମ୍ପୁରା

21
1238 views