logo

କେନ୍ଦୁଝରର ଏକମାତ୍ର ଖେଳାଳୀ ଭାବେ ୧୪ବର୍ଷରୁ କମ କ୍ରିକେଟରେ ଆଦିଦେବ ନେଟ୍ସ ଖେଳିବେ।

କେନ୍ଦୁଝରର ଏକମାତ୍ର ଖେଳାଳୀ ଭାବେ ୧୪ବର୍ଷରୁ କମ କ୍ରିକେଟରେ ଆଦିଦେବ ନେଟ୍ସ ଖେଳିବେ।

କେନ୍ଦୁଝର, ୭।୨: ଓଡିଶା କ୍ରିକେଟ ଆସୋସିଏନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ କ୍ରିକେଟରେ କେନ୍ଦୁଝର ଜିଲ୍ଲାର ଏକମାତ୍ର ଖେଳାଳୀ ଭାବେ ଆଦିଦେବ ସାହୁ ନେଟ୍ସ ଖେଳିବା ପାଇଁ ମନୋନୀତ ହୋଇଛନ୍ତି। ସେ ବାରବାଟୀ ଷ୍ଟାଡିଅମରେ ଅନୁଷ୍ଠିତ ଆନ୍ତଃ ଜିଲ୍ଲା ୧୪ବର୍ଷରୁ କମ କ୍ରିକେଟରେ ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିଲେ। ଫେବୃଆରୀ ୯ତାରିଖରୁ କିଟ ଷ୍ଟାଡିଅମରେ ଆୟୋଜିତ ନେଟ୍ସ ରେ ସେ କେନ୍ଦୁଝର ଜିଲ୍ଲାର ଏକମାତ୍ର ଖେଳାଳୀ ଭାବେ ସ୍ଥାନ ପାଇଛନ୍ତି ବୋଲି ଜିଲ୍ଲା କ୍ରୀଡା ସଂସ୍ଥାର ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଆଦିଦେବ କେନ୍ଦୁଝର ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ରହୁଥିବା ବେଳେ ପିତା ସତ୍ୟନାରାୟଣ ସାହୁ ଓ ମାତା ଶଶୀକଳା ସାହୁ। ସେ ସେଣ୍ଟ ଜାଭିଅର ସ୍କୁଲରୁ ପ୍ରତିନିଧିତ୍ବ କରୁଥିବା ବେଳେ ଫେମସ କ୍ଲବରୁ ସେ ନିୟମିତ ଖେଳୁ ଥିବାବେଳେ ଦୀପକ କୁମାର ମୁଖିଙ୍କ ପ୍ରଶିକ୍ଷଣ ଓ ଗିରିଶ ଚନ୍ଦ୍ର ହୋତାଙ୍କ ପ୍ରେରଣାରେ ଅଭ୍ୟାସ ଦୈନିକ କରିଥାନ୍ତି। ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯିବା ସହ ଭବିଷ୍ୟତରେ ଅଧିକ ଉତ୍ତମ ଖେଳ ପ୍ରଦର୍ଶନ ପାଇଁ କାମନା କରିଛନ୍ତି।

ବରିଷ୍ଠ ସାମ୍ବାଦିକ ଦେବାଶିଷ ମିଶ୍ରଙ୍କ ରିପୋର୍ଟ।

13
1036 views