logo

ନିରାକାରପୁର ପୋଲିସର ବଡ଼ ସଫଳତା :୫ ଜଣ ମୋଟର ସାଇକେଲ ଲୁଟେରା ଗ୍ୟାଙ୍ଗ ଗିରଫ

ଖୋର୍ଦ୍ଧା,୭.୨.୨୬(ଏ.ଆଇ.ଏମ.ଏ):ଖୋର୍ଦ୍ଧା ଜ଼ିଲ୍ଲା ପୋଲିସ ନିରାକାରପୁର ପୋଲିସ ର ଏକ ବଡ଼ ସଫଳତା ହାସଲ କରି ୫ ଜଣ ମୋଟର ସାଇକେଲ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି। ନିରାକାରପୁର କଲେଜ ଛକ ନିକଟରୁ ପୋଲିସ ଏହି ଲୁଟେରାମାନଙ୍କୁ ଧରିଥିବା ସୂଚନା ମିଳିଛି।
ଗିରଫ ଲୁଟେରାମାନଙ୍କ ନିକଟରୁ ପୋଲିସ ୧୫ଟି ମୋଟର ସାଇକେଲ, ୫ଟି ମୋବାଇଲ ଫୋନ ସହିତ ବିଭିନ୍ନ ଗାଡ଼ିର ମୋଟର ସାଇକେଲ ପାର୍ଟସ ଜବତ କରିଛି।ଅଭିଯୁକ୍ତ ମାନେ ହେଲେ ଜଙ୍କିଆ ଥାନା ସିକୋ ର ନଣ୍ଡା ଓରଫ ସନାତନ ପ୍ରଧାନ,ଆଙ୍କୁଳାପାଟଣା ଇଟାମାଟି ର ଦିଲୀପ କୁମାର ସାହୁ,ସିକୋ ଗୌଡ଼ିଆପଡା ର ଶୁଭମ ସାମନ୍ତରାୟ, ସିକୋ ଖଡ଼ିପଦର ରସୁକାନ୍ତ ରାଉତରାୟ, ଜଙ୍କିଆ ଥାନା ଜଲବାହାର ଗ୍ରାମ ସୁଶାନ୍ତ ମଙ୍ଗରାଜଙ୍କ ୧୬ ବର୍ଷ ର ନାବାଳକ ପୁଅ l ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏହି ଧରପଗଡ଼ ରେ ନିରାକାରପୁର ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟ ଓ ଏସ.ଆଇ ଦିପାଲିଶା ନାୟକ ଙ୍କ ପ୍ରମୁଖ ଭୂମିକା ରହିଛି l
ଏନେଇ ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

135
3473 views