logo

ଆଠମଲ୍ଲିକ କପ: ସୋନପୁରକୁ ୩–୧ ରେ ହରାଇ ଫାଇନାଲରେ ଝାରସୁଗୁଡା !

ଆଠମଲ୍ଲିକ :- ୦୭/୦୨(ଧନଞ୍ଜୟ ନାୟକ ) ଆଠମଲ୍ଲିକ ମିନି ଷ୍ଟାଡିଅମ ଠାରେ କ୍ରୀଡା ସଂସଦ ଦ୍ୱାରା ଆୟୋଜିତ ଆଠମଲ୍ଲିକ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ! ସୋନପୁର ଓ ଝାରସୁଗୁଡା ଦଳ ମଧ୍ୟରେ ହୋଇଥିବା ଏହି ରୋମାଞ୍ଚକର ମ୍ୟାଚରେ ଝାରସୁଗୁଡା ଦଳ ୩–୧ ଗୋଲରେ ସୋନପୁରକୁ ପରାସ୍ତ କରି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି ! ମ୍ୟାଚଟିକୁ ବରିଷ୍ଠ ରେଫରୀ ଦିଲ୍ଲୀପ କୁମାର ରାଉତ ପରିଚାଳନା କରିଥିବାବେଳେ ଲାଇନ୍ସମ୍ୟାନ ଭାବେ ଗରିବ ବେହେରା ଓ ସୁଶୀଲ ବେହେରା ସହଯୋଗ କରିଥିଲେ ! ଏହି ସେମିଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଆଠମଲ୍ଲିକ ଓକିଲସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଉପସଭାପତି ବିଦ୍ୟୁତ କୁମାର ପାଣିଗ୍ରାହୀ, ସମ୍ପାଦକ ଅର୍ଜୁନ ରାଉଳ, କୋଷାଧକ୍ଷ ତଥା ଲାଇବ୍ରେରୀଆନ ବିଶ୍ୱସୁନ୍ଦର ଶତପଥି, ସରକାରୀ ଓକିଲ ପୀତବାସ ସାହୁ, ଭବାନୀ ପ୍ରସାଦ ଜ୍ୟୋତିଷରାୟ, ଅନ୍ତର୍ଯ୍ୟାମୀ ରାଉଳ ଓ ଓକିଲସଂଘର ପୂର୍ବତନ ସଭାପତି ଦୀନେଶ କୁମାର ସିଂହ ଉପସ୍ଥିତ ରହି ଉଭୟ ଦଳଙ୍କ ସହ କରମର୍ଦନ କରି ଶୁଭେଚ୍ଛା ଜଣାଇଥିଲେ ! ଉଭୟ ଦଳର ଖେଳାଳିମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ ! ଆସନ୍ତା ରବିବାର ଫାଇନାଲ ମ୍ୟାଚ କୁଚିଣ୍ଡା ଓ ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ! ଉପଖଣ୍ଡର ହଜାର ହଜାର ଦର୍ଶକ ଷ୍ଟାଡିଅମରେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଜୋରଦାର ଉତ୍ସାହ ପ୍ରଦାନ କରିଥିଲେ । ମ୍ୟାଚର ଧାରାବିବରଣୀ ପ୍ରସାର କରିଥିଲେ ଶିକ୍ଷକ ପ୍ରଦୀପ କୁମାର ବାହୁକ ! ଏହି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ଝାରସୁଗୁଡା ଦଳର ଖେଳାଳି ଭରତ ମୁଣ୍ଡା ଓ ବେଷ୍ଟ ସ୍କୋରର ଭାବେ ନେପାଳୀ ଥାପାଙ୍କୁ ମୁଖ୍ୟ ଅତିଥି ଓକିଲସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ମହାପାତ୍ର ଟ୍ରଫି ପ୍ରଦାନ କରିଥିଲେ !

6
572 views