logo

କାଶିପାଳ ପଞ୍ଚାୟତ ହାଇସ୍କୁଲ ର ଦଶମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କୁ ବିଦାୟ ସମର୍ଦ୍ଧନା।

କାଶିପାଳ ପଞ୍ଚାୟତ ହାଇସ୍କୁଲ ର ଦଶମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କୁ ବିଦାୟ ସମର୍ଦ୍ଧନା।

ଚମ୍ପୁଆ -୦୭/୦୨ (ଖଣ୍ଡାଧାର ନିୟୁଜ) ଚମ୍ପୁଆ ବ୍ଲକ କାଶିପାଳ ପଞ୍ଚାୟତ ଅନ୍ତର୍ଗତ କାଶିପାଳ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ
ଧନେଶ୍ୱର ମହାନ୍ତ ଙ୍କ ସଭପତିତ୍ୱ ରେ ସଭାକାର୍ଯ୍ୟ ହୋଇଥିଲା ବେଳେ ଛାତ୍ର ଛାତ୍ରୀଙ୍କ ଉଦେଶ୍ୟ ରେ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରି ଭବିଷ୍ୟତ ରେ କିପରି ସଂମାନ ଚରିତ୍ର ତଥା ସମୟପୋ ଯୋଗ କରିବେ ସଂସ୍କୁତ ଶିକ୍ଷୟତ୍ରୀ ଭବାନୀ ପାତ୍ର ବକ୍ତବ୍ୟ ରଖିଥିଲେ | ହିନ୍ଦୀ ଶିକ୍ଷକ ଭକ୍ତବନ୍ଧୁ ମହାନ୍ତ ପିଲାମାନଙ୍କୁ କିପରି ଆତ୍ମ ନିର୍ଭରଶୀଳ ହୋଇ ବାପା ମା ଙ୍କ ସୁନାମ ରଖିବେ ଦିଗଦର୍ଶନ ଦେଇଥିଲେ,ଲିପ୍ସାମୟୀ ନାଏକ,ସ୍ମିତା ଲାଗୁରୀ,ବେବୀରାଣୀ ତଥା ଲଳିତା ନାଏକ ପିଲାଙ୍କ ଉର୍ଜଳ ଭବିଷ୍ୟତ କାମନା କରି ଉତ୍ତମ ନାଗରିକ ହେବାରେ ପ୍ରେରଣା ପ୍ରଦାନ କରିଥିଲେ | ଦଶମ ଶ୍ରେଣୀର ଛାତ୍ରୀମାନେ ବିଦ୍ୟାଳୟ ର ଅନୁଭୂତି ସମ୍ବଦ୍ଧ ରେ ବର୍ଣନା କରିଥିଲେ |ପରିଶେଷରେ ରେ ନବମଶ୍ରେଣୀର ଛାତ୍ରୀ ମାନଙ୍କ ଦ୍ଵାରା ବିଦାୟୀ ସାମୁହିକ ସଂଗୀତ ଗାନ କରାଯାଇଥିଲା ଓ ପରିଶେଷରେ ସଭାସlଙ୍ଗ କରାଯାଇଥିଲା l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

28
1236 views