logo

ପାତାଳେଶ୍ୱର ମହାଦେବ ଙ୍କ ମନ୍ଦିରରେ ରତ୍ନ ମୁଦ ଦିଆଗଲା।

ପାତାଳେଶ୍ୱର ମହାଦେବ ଙ୍କ ମନ୍ଦିରରେ ରତ୍ନ ମୁଦ ଦିଆଗଲା।

ପାଟଣା- ପାଟଣା ବ୍ଲକ ଅନ୍ତର୍ଗତ ମିରିଗିଖୋଜି ପଞ୍ଚାୟତ ମୁଖ୍ୟାଳୟ ଠାରେ ପାତାଳେଶ୍ୱର ମହାଦେବ ଙ୍କ ମନ୍ଦିରରେ ଆଜି ରତ୍ନ ମୁଦ ଦିଆଯାଇଛି। ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଆଜି ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ମୟ ପରିବେଶରେ ବିଧିମତେ ରତ୍ନ ମୁଦ କାର୍ଯ୍ୟ ସମ୍ପନ୍ନ ହୋଇଛି। ପ୍ରଭାତରୁ ମହିଳା ମାନେ ବୈତରଣୀ ରୁ 108 କଳସ ସହ ଶୋଭାଯାତ୍ରାରେ ଯାଇ ଯଜ୍ଞ ମଣ୍ଡପ ଯାଏ ଆସିଥିଲେ। ଏହା ପରେ ହୋମ ଯଜ୍ଞାଦି କାର୍ଯ୍ୟ ଆରମ୍ଭ ହୋଇଥିଲା। ପୂଜା ଓ ଯଜ୍ଞ କାର୍ଯ୍ୟ ରେ ପଣ୍ଡିତ ଅଲେଖ ଚନ୍ଦ୍ର ତ୍ରିପାଠୀ ଓ ନିରଞ୍ଜନ କର ପୂଜା କାର୍ଯ୍ୟ ସମ୍ପାଦନା କରିଥିବା ବେଳେ କର୍ତ୍ତା ଭାବେ ଦ୍ଵିତୀୟା ବିଶ୍ୱାଳ ଓ ତାଙ୍କ ସହ ଧର୍ମିଣୀ ଲତା ବିଶ୍ୱାଳ ସୁକାର୍ଯ୍ୟ ତୁଲାଇ ଥିଲେ। ଆଜି ଏହି ଅବସରରେ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶରେ ଭଜନ କୀର୍ତ୍ତନ ମଧ୍ୟରେ ରତ୍ନ ମୁଦ ଉତ୍ସଵ ଉପଲକ୍ଷେ ସମଗ୍ର ଗ୍ରାମ ଉତ୍ସଵ ମୁଖର ହୋଇ ଉଠିଥିଲା। ଏହି ରତ୍ନ ମୁଦ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

1
343 views