logo

ହୋଟେଲ ବ୍ୟବସାୟୀ ଙ୍କ ବିୟୋଗ!

ହୋଟେଲ ବ୍ୟବସାୟୀ ଙ୍କ ବିୟୋଗ!

ପାଟଣା- ପାଟଣା ବଜାରର ବହୁ ପୁରୁଣା ହୋଟେଲ ବ୍ୟବସାୟୀ ଆଖଣ୍ଡଳ ନାଏକ(୬୩) ଙ୍କ ଆଜି ଆକାଳ ବିୟୋଗ ଘଟିଛି।ସେ ପାଟଣା ବଜାରରେ ଦୀର୍ଘ 40 ବର୍ଷ ଧରି ହୋଟେଲ ବ୍ୟବସାୟ କରୁଥିଲେ।କିଛିଦିନ ହେବ ସେ ପେଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ହଠାତ ସ୍ୱାସ୍ଥ୍ୟ ଖରାପ ହେବାରୁ ପାଟଣା ଡାକ୍ତରଖାନା ଆଣିଥିଲେ ମଧ୍ୟ ସେଠାରେ ତାଙ୍କର ବିୟୋଗ ଘଟିଥିଲା । ସେ ଜଣେ ମିଷ୍ଟଭାସି ପରୋପକାରୀ ଓ ମେଳାପୀ ବ୍ୟକ୍ତି ଭାବେ ବେଶ ଜଣାଶୁଣା ଥିଲେ। ତାଙ୍କ ବିୟୋଗରେ ପାଟଣା ବ୍ୟବସାୟ ସଙ୍ଘ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆସନ୍ତା କାଲି ବଜାର ବନ୍ଦ ରହିବ।ତାଙ୍କ ମରଶରୀରକୁ ପାଟଣା ବୈତରଣୀ ନଦୀ କୂଳ ସ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିଲା।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

6
506 views