logo

ପାଟଣା ରେ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଉଦଘାଟିତ।

ପାଟଣା ରେ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଉଦଘାଟିତ।

ପାଟଣା- ପାଟଣା ରେ ଆଜି ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଉଦଘାଟିତ ହୋଇ ଯାଇଛି।ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଆଜି ଆଭାଷୀ ମାଧ୍ୟମରେ ଏହି କାର୍ଯ୍ୟାଳୟ ଉଦଘାଟିତ ହୋଇଥିଲା। ପାଟଣା ବ୍ଲକ ଓସ୍ୱାନ କକ୍ଷଠାରେ ଏଥି ପାଇଁ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ଓ ବିଧାୟକ ଙ୍କ ପ୍ରତିନିଧି କମଳା କାନ୍ତ ଦାଶ, ପାଟଣା ତହସିଲଦାର ଅଶ୍ୱିନୀ କୁମାର ନାଏକ, ଅତିରିକ୍ତ ତହସିଲଦାର ସରଣ କୁମାର ଜେନା, ଓ ରବିଶଙ୍କର ହେମ୍ବ୍ରମ, ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ, ରାଜସ୍ୱ ପରିଦର୍ଶକ ବନମାଳୀ ନାୟକ, ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ର କର୍ମଚାରୀ ସୁନୀଲ କୁମାର ନାଏକ ଓ ଶିଶିର କୁମାର ନାଏକଙ୍କ ସହିତ ତହସିଲ ଅଞ୍ଚଳର ସମସ୍ତ ରାଜସ୍ୱ ନିରୀକ୍ଷକ ଓ ତହସିଲ କର୍ମଚାରୀ ମାନେ କାର୍ଯ୍ୟକ୍ରମ ରେ ସାମିଲ ଥିଲେ। ଏହି ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ହେବା ଦ୍ୱାରା ପାଟଣା ବ୍ଲକର 154 ଟି ରାଜସ୍ୱ ଗ୍ରାମର ଲୋକମାନେ ବିଭିନ୍ନ ସେବା ପାଇ ପାରିବେ। ଏହି ନୂତନ କାର୍ଯ୍ୟାଳୟ ରେ ସବ ରେଜିଷ୍ଟ୍ରାର ଭାବେ ପାଟଣା ତହସିଲଦାର ଆଶ୍ୱିନୀ କୁମାର ନାଏକ ରେଜିଷ୍ଟ୍ରାର ଅଧିକାରୀ ଭାବେ କାର୍ଯ୍ୟ ତୁଲାଇବେ ବୋଲି ସୂଚନା ମିଳିଛି।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

11
550 views