logo

ମହୁଲ ଗଛରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର।

ମହୁଲ ଗଛରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର।


ପାଟଣା-ମଲ୍ଲୀପଶି ଗ୍ରାମରେ ଏକ ମହୁଲ ଗଛରୁ ଜଣେ ଯୁବକ ଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି।ମୃତ ଯୁବକ ଜଣକ ପାଟଣା ଥାନା ମୂଷାଖୋରୀ ପଞ୍ଚାୟତ ଅନ୍ତର୍ଗତ ମଲ୍ଲିପଶି ଭୂମିଜ ସାହିର ବିଜୁ ଭୂମିଜ ଙ୍କ ପୁଅ ଲିଟୁନୁ ଭୂମିଜ (୧୯) ବୋଲି ଜଣାପଡ଼ିଛି। ଗତକାଲି ରାତିରୁ ସେ ନିଖୋଜ ଥିଲେ।ଆଜି ପୂର୍ବାହ୍ନ ରେ ସେ ଏକ ମହୁଲ ଗଛ ଡାଳରେ ଗାମୁଛା ଦ୍ୱାରା ଫାଶି ଲଗାଇ ଝୁଲିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ପାଟଣା ପୁଲିସ କୁ ଖବର ଦେବା ପରେ ଖବର ପାଇ ଘଟଣାସ୍ଥଳରେ ପାଟଣା ଥାନା ଏସ ଆଇ ଲକ୍ଷ୍ମଣ ମାଝୀ ପହଞ୍ଚି ମୃତଦେହ କୁ ଜବତ କରିବା ସହିତ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପାଟଣା ଥାନାରେ ୪/୨୦୨୬ମୂଳେ ଏକ ମାମଲା ରୁଜୁ ହୋଇଛି। ତେବେ ଆତ୍ମହତ୍ୟା ର କାରଣ ଜଣାପଡ଼ିନଥିବା ବେଳେ କେଉଁ ପରିସ୍ଥିତିରେ ଯୁବକ ଜଣଙ୍କ ଆତ୍ମହତ୍ୟା କଲେ ପୁଲିସ ତଦନ୍ତ କରୁଛି।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

15
658 views