logo

ଶବ ବ୍ୟବଚ୍ଛେଦ ଗୃହ ରେ ନାହିଁ ବିଦ୍ୟୁତ୍ ସଂଯୋଗ, ହନ୍ତସନ୍ତ ଅଞ୍ଚଳବାସୀ।

ଶବ ବ୍ୟବଚ୍ଛେଦ ଗୃହ ରେ ନାହିଁ ବିଦ୍ୟୁତ୍ ସଂଯୋଗ, ହନ୍ତସନ୍ତ ଅଞ୍ଚଳବାସୀ।

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟ ରେ ଥିବା ଶବ ବ୍ୟବଚ୍ଛେଦ ଗୃହ ରେ ବିଦ୍ୟୁତ ସଂଯୋଗ ନ ଥିବା ରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ । ଯାହାକି ସନ୍ଧ୍ୟା ସମୟ ପରେ ଶବ ବ୍ୟବଚ୍ଛେଦ ହୋଇ ପାରୁନାହିଁ। ସୂଚନା ରୁ ପ୍ରକାଶ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନ ରେ ଥିବା ଶବ ବ୍ୟବଚ୍ଛେଦ ଗୃହ ସ୍ବାସ୍ଥ୍ୟ କେନ୍ଦ୍ର ରୁ ମାତ୍ର ପାଞ୍ଚଶହ ମିଟର ବ୍ୟବଧାନ ରେ ରହିଥିବା ବେଳେ ଶବ ବ୍ୟବଚ୍ଛେଦ ଗୃହ ରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ନାହିଁ। ଏହି ଶବ ବ୍ୟବଚ୍ଛେଦ ଗୃହ ଉପରେ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନ ରୁ ବିଭିନ୍ନ ଦୁର୍ଘଟଣା ଜନିତ ମୃତ୍ୟୁ ବରଣ କରିଥିବା ମୃତଦେହ କୁ ପୋଲିସ ବା ପରିବାର ଲୋକେ ପାଟଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କୁ ଶବ ବ୍ୟବଚ୍ଛେଦ ପାଇଁ ଅସୁଥିବା ବେଳେ ଶବ ବ୍ୟବଚ୍ଛେଦ ରେ ଘୋର ବାଧାପ୍ରାପ୍ତ ଦେଖିବାକୁ ମିଳୁଛି। ଏପଟେ ସରକାର ଙ୍କ ନିର୍ଦ୍ଧେଶ କ୍ରମେ ସନ୍ଧ୍ୟା ୬ଟା ପରେ ବି ଶବ ବ୍ୟବଚ୍ଛେଦ ପାଇଁ ଅନୁମତି ରହିଥିବା ବେଳେ ପାଟଣା ଶବ ବ୍ୟବଚ୍ଛେଦ ଗୃହ ରେ ବିଦ୍ୟୁତ ସଂଯୋଗ ନ ଥିବା ରୁ ମୃତ ଙ୍କ ପରିବାର ସନ୍ଧ୍ୟା ୬ଟା ସମୟ ପରେ ଶବ ନିକଟରେ ପରିବାର ଲୋକେ ପଡି ରହିଥିବା ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତି କୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଶବ ବ୍ୟବଚ୍ଛେଦ ଗୃହ ରେ ଖୁବ୍ ଶୀଘ୍ର ବିଦ୍ୟୁତ ସଂଯୋଗୀକରଣ କରିବାକୁ ପାଟଣା ଅଞ୍ଚଳ ର ବୁଦ୍ଧି ବିଜୀ ତଥା ଜନସାଧାରଣ ଙ୍କ ମଧ୍ୟରେ ଦାବି ହୋଇଛି।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

6
619 views