ଶେଷ ହେଲା ମାନ୍ୟବର ରାଷ୍ଟ୍ରପତିଙ୍କ ଛଅ ଦିନିଆ ଓଡ଼ିଶା ଗସ୍ତ: ଭୁବନେଶ୍ୱରରୁ ଛତିଶଗଡ଼ ଅଭିମୁଖେ ଯାତ୍ରା �
ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନିଜର ୬ ଦିନିଆ ଓଡ଼ିଶା ଗସ୍ତ ସଫଳତାର ସହ ଶେଷ କରିଛନ୍ତି। ଆଜି ସକାଳେ ସେ ଲୋକ ସେବା ଭବନରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ଏବଂ ସେଠାରୁ ଛତିଶଗଡ଼ର ଜଗଦଲପୁର ଅଭିମୁଖେ ଯାତ୍ରା କରିଛନ୍ତି।
ଛତିଶଗଡ଼ରେ ମାନ୍ୟବର ରାଷ୍ଟ୍ରପତି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି। ଓଡ଼ିଶା ପାଇଁ ଏହି ୬ ଦିନ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା, ଯେଉଁଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟବାସୀଙ୍କୁ ଉତ୍ସାହିତ କରିଥିଲେ।