logo

ଚମ୍ପୁଆ ନଗର ବିଜେପି ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା।

ଚମ୍ପୁଆ ନଗର ବିଜେପି ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା।

ଚମ୍ପୁଆ : - ୦୬/୦୨, ଚମ୍ପୁଆ ନଗର ବିଜେପି ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା ପରେ ଆଗାମୀ ନିର୍ବାଚନ ରେ ବିଜେପି ର ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଛି । ଭାରତୀୟ ଜନତା ପାର୍ଟୀର ରାଜ୍ୟ ସଭାପତି ମନମୋହନ ସାମଲ ଓ ଜିଲା ସଭାପତି ଶୁକଦେବ ମହାନ୍ତଙ୍କ ଅୁମୋଦନ କ୍ରମେ ଉକ୍ତ ନାମ ଘୋଷଣା କରାଯାଇଛି । ଏଥିରେ ଚମ୍ପୁଆ ନଗର ମଣ୍ଡଳ ସଭାପତି ଭାବେ କାର୍ତ୍ତିକ ସାହୁ, ଉପସଭାପତି ଭାବେ ପ୍ରମୋଥ ବାରିକ, ଅବିନାଶ ମିଶ୍ର, କଣ୍ଢେଇ ସେଠୀ, ପହଲି ନାଏକ, ଦୁର୍ଯ୍ୟୋଧନ ଝରା, ସଞ୍ଜୟ ପ୍ରଧାନ, ସାଧାରଣ ସମ୍ପାଦକ ଭାବେ ବରୁଣ ରାମ, ସୁଧିର ସର୍ଦ୍ଦାର, ସମ୍ପାଦକ ଭାବେ ରଞ୍ଜନ ପ୍ରଧାନ, ନାରାୟଣ ମହାନ୍ତ, ମୋହିତ ନାଏକ, ବିଦ୍ୟାଧର ଦେହୁରୀ, ପଦ୍ମିନୀ ନାଏକ, ସତ୍ୟବାନ ଲାଗୁରୀ, କୋଷାଧ୍ୟକ୍ଷ ଭାବେ ଘୋଗର ନାଏକଙ୍କ ନାମ ଘୋଷଣା କରାଯାଇଛି । ଏହି ମର୍ମରେ ଆଜି ବିଜେପି ନଗର ମଣ୍ଡଳ କାର୍ଯ୍ୟାଳୟରେ ଦଳ ପକ୍ଷରୁ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି । ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତା ରମେଶ ଚନ୍ଦ୍ର ପ୍ରଧାନ, ରାଜ୍ୟ ପରିଷଦ ସଦସ୍ୟା ଝରଣା ମହାନ୍ତ, ରଶ୍ମିତା ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହୋଇଥିଲେ । ଆଗାମୀ ନିର୍ବାଚନରେ ଚମ୍ପୁଆ ନଗର ମଣ୍ଡଳ ରେ ବିଜେପିର ହାତମୁଠାକୁ ଟାଣ କରିବାକୁ ଆଲୋଚନା କରିଥିଲେ ।

ହେମନ୍ତ କୁମାର ମହାନ୍ତ ଙ୍କ ରିପୋର୍ଟ।

15
590 views