logo

ଉପରକୁସୁମିତା ସରକାରୀ ଉଚ୍ଚବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ।

ଉପରକୁସୁମିତା ସରକାରୀ ଉଚ୍ଚବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ।

କେନ୍ଦୁଝର ସହର ନିକଟସ୍ତ ଉପରକୁସୁମିତା ସରକାରୀ ଉଚ୍ଚବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ କେନ୍ଦୁଝରର ଆରାଧ୍ୟାଦେଵୀ ମାତାରିଣୀଙ୍କ ଫଟଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମଟିକୁ ଶୁଭାରମ୍ଭ କରାଯାଇଥିଲା l ବିଦ୍ୟାଳୟର ପ୍ରଧାନଶିକ୍ଷକ କିଶୋର କୁମାର ଜେନା ବାର୍ଷିକ ବିବରଣୀ ପଠନ କରିଥିଲେ l ମୁଖ୍ୟଅତିଥି ଭାବରେ ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ସମ୍ମନିତ ଆଦିବାସୀ ଉର୍ଣ୍ଣୟନ ସଂସ୍ଥା ଶ୍ରୀଯୁକ୍ତ ଶିବ ପ୍ରସାଦ ମିଶ୍ର ନିଜ ବକ୍ତବ୍ୟରେ ଛାତ୍ରୀ ମାନଙ୍କୁ ଭଲ ମଣିଷ ହେବା ସହ ନିଜର ଚରିତ୍ର ବ୍ୟବହାର ଏବଂ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ l ସଭାପତି ରୂପେ ଜିଲ୍ଲା ଶିକ୍ଷାନିରୀକ୍ଷକ ଅଧିକାରୀ ଅନୁସୂଚିତ ଜାତି ଓ ଜନଜାତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଧଳ ନିଜ ବକ୍ତବ୍ୟରେ ଛାତ୍ରୀ ମାନେ ମନଦେଇ ପାଠପଢିବା ସହ ସମୟାନୁବର୍ତ୍ତିତା ଏବଂ ଶୃଙ୍ଖଳିତ ହେବା ସହସମସ୍ତଙ୍କୁ ସନମାନ ଦେବା ପାଇଁ ନିଜ ବକ୍ତବ୍ୟରେ କହିଥିଲେ l ମୁଖ୍ୟବକ୍ତା ରୂପେ ଆନନ୍ଦପୁର it କଲେଜର ଅଧ୍ୟକ୍ଷ ବଳରାମ ସେଠୀ ସାନମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାମଙ୍ଗଳ ଅଧିକାରୀ ଜୟନ୍ତ କୁମାର ସାମନ୍ତସିଂହାର ଅନ୍ୟତମ ସାନମାନିତ ଅତିଥି ଭାବେ ମହାଦେଈଜୋଡାରେ ଥିବା ଲଷ୍ମୀନାରାୟଣ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶଶୀରେଖା ସାହୁ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ପ୍ରଧାନ ଉପସ୍ଥିତ ଥିବା ଛାତ୍ରୀ ମାନଙ୍କୁ ବହୁ ଉପାଦେୟ କଥା ନିଜ ବକ୍ତବ୍ୟରେ ରଖିଥିଲେ l ଛାତ୍ରୀ ମାନଙ୍କ ଭିତରେ ଅନୁଷ୍ଠିତ ହୋଇଥିବା ବିଭିର୍ନ ପ୍ରତିଯୋଗିତାରେ ଭାଗ ନେଈ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗି ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ପରେ ପରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଅରୁନ୍ଧତୀ ଶୁକ୍ଲା ଧନ୍ୟବାଦ ଅର୍ପଣ କରିଥିଲେ l

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

26
1324 views