logo

ଭଏସ ଅଫ ମିଡ଼ିଆର ରାଜ୍ୟ କାର୍ଯ୍ୟକାରୀ ସଭାପତି ହେଲେ ଦୀପକ ମିଶ୍ର।

ଭଏସ ଅଫ ମିଡ଼ିଆର ରାଜ୍ୟ କାର୍ଯ୍ୟକାରୀ ସଭାପତି ହେଲେ ଦୀପକ ମିଶ୍ର।

କେନ୍ଦୁଝର, ୬। ୨: ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ପ୍ରତିନିଧିଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଗଠିତ ହୋଇଥିବା ଅନୁଷ୍ଠାନ ଭଏସ ଅଫ ମିଡ଼ିଆର ରାଜ୍ୟ କାର୍ଯ୍ୟକାରୀ ସଭାପତି ବା ଏକଜୁକ୍ୟୁଟିଭ ପ୍ରେସିଡେଣ୍ଟ ଭାବରେ କେନ୍ଦୁଝରର ବରିଷ୍ଠ ସାମ୍ବାଦିକ ଦୀପକ ମିଶ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ସଂସ୍ଥାର ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର ଏହି ନିଯୁକ୍ତି ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଶ୍ରୀ ମିଶ୍ର ୧୯୯୫ମସିହାରୁ ଅଦ୍ୟାବଧି ବିଭିନ୍ନ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଥିବା ସହ ଜିଲ୍ଲା ପ୍ରେସ କ୍ଲବ ଓ ଜିଲ୍ଲା ସାମ୍ବାଦିକ ସଙ୍ଘର ସାଧାରଣ ସମ୍ପାଦକ ଭାବେ ଦୀର୍ଘ ବର୍ଷ ଧରି ଦାୟିତ୍ୱ ନିର୍ବାହ କରିଥିଲେ। ଅନେକ ପ୍ରତିଷ୍ଠିତ ସାମାଜିକ, ସାଂସ୍କୃତିକ, ଧାର୍ମିକ ଓ କ୍ରୀଡାଧର୍ମୀ ଅନୁଷ୍ଠାନ ସହ ସେ ଜଡିତ ଥିବା ବେଳେ ଏହି ନୂତନ ନିଯୁକ୍ତିରେ ସେ ରାଜ୍ୟସ୍ତରରେ କାର୍ଯ୍ୟ କରିବେ। ଶ୍ରୀ ମିଶ୍ରଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

9
1044 views