logo

“ଦଲକି, ପିତାନାଉ, ରତନମରା ଏବଂ ସଜନାପାଳ "କୁ ରାଜସ୍ବ ଗ୍ରାମର ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର।

“ଦଲକି, ପିତାନାଉ, ରତନମରା ଏବଂ ସଜନାପାଳ "କୁ ରାଜସ୍ବ ଗ୍ରାମର ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର।

କେନ୍ଦୁଝର(ଆନନ୍ଦପୁର) - ୦୭/୦୨/୨୦୨୬
“ଦଲକି, ପିତାନାଉ, ରତନମରା ଏବଂ ସଜନାପାଳ "କୁ ରାଜସ୍ବ ଗ୍ରାମର ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର - କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ହଦଗଡ଼ ଗ୍ରାମ ପଞ୍ଚାୟତର ଦଲକି, ପିତାନାଉ, ରତନମରା ଏବଂ ସଜନାପାଳ "କୁ ରାଜସ୍ବ ଗ୍ରାମର ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆଜି ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନାଙ୍କ ଜରିଆରେ ଗ୍ରାମବାସୀଙ୍କ ଦ୍ଵାରା ପ୍ରଦାନ କରାଯାଇଛି।

ଦାବିପତ୍ରରେ ଦର୍ଶାଯାଇଛି ଯେ - ଉପାନ୍ତ ଅଞ୍ଚଳର ଏହି ଚାରି ଗୋଟି ଗ୍ରାମ ଦଲକି, ପିତାନାଉ, ରତନମରା ଏବଂ ସଜନାପାଳ " ରାଜସ୍ବ ଗ୍ରାମର ମାନ୍ୟତା ପାଇ ନ ଥିବାରୁ ଏହି ଗ୍ରାମମାନଙ୍କରେ ସରକାରଙ୍କର ବହୁ ଜନକଲ୍ୟାଣକାରୀ ଯୋଜନାଗୁଡିକ କାର୍ଯ୍ୟକାରୀ କରା ଯାଇ ପାରୁ ନାହିଁ। ଗ୍ରାମ ପଞ୍ଚାୟତରେ ଚାରି ହଜାରରୁ ଉର୍ଦ୍ଧ୍ବ ପରିବାର ଏହି ଗ୍ରାମମାନଙ୍କରେ ୬୦ ବର୍ଷରୁ ଉର୍ଦ୍ଧ ସମୟ ଧରି ବସବାସ କରୁଥିବା ବେଳେ ସେମାନେ ଅନେକ ସମସ୍ୟା ମଧ୍ୟରେ କାଳାତିପାତ କରୁଛନ୍ତି। ଏହି ଗ୍ରାମମାନଙ୍କରେ ଆଜି ପର୍ଯ୍ୟନ୍ତ ମନରେଗା(ଭିବିଜି -ରାମ)-୨୦୦୫ ଭଳି ଲୋକାଭିମୁଖୀ ଯୋଜନାରେ ରାସ୍ତା ଘାଟ ନିର୍ମାଣ କାର୍ଯ୍ୟ ହୋଇ ପାରି ନାହିଁ। ଏହି ଗ୍ରାମ ଗୁଡ଼ିକ ରାଜସ୍ବ ଗ୍ରାମର ମାନ୍ୟତା ପାଇ ପାରି ନ ଥିବାରୁ ଏହି ଗ୍ରାମରେ ଜଙ୍ଗଲ ଜମି ଅଧିକାର ଆଇନ-୨୦୦୬ କାର୍ଯ୍ୟକାରୀ ହୋଇ ପାରୁ ନାହିଁ ଏବଂ ସେଥିପାଇଁ ସେଠାକାର ପାରମ୍ପାରିକ ଅଧିବାସୀମାନେ ସେହି ଗ୍ରାମରେ ୬୦ ବର୍ଷରୁ ଉର୍ଦ୍ଧ ସମୟ ଧରି ବସବାସ କରୁଥିଲେ ସୁଦ୍ଧା ସେମାନେ ଏହି ନିର୍ଦ୍ଦିଷ୍ଟ ଯୋଜନାରେ ଜମିପଟ୍ଟା ପାଇବାରୁ ବଞ୍ଚିତ ହୋଇ ଅଛନ୍ତି। ଏହି ଗ୍ରାମ ଗୁଡ଼ିକ ରାଜସ୍ବ ଗ୍ରାମର ମାନ୍ୟତା ପାଇ ନ ଥିବାରୁ “ବସୁନ୍ଦରା" ଯୋଜନା କାର୍ଯ୍ୟକାରୀ ହୋଇ ପାରୁ ନାହିଁ ଏବଂ ହଦଗଡ଼ ଜଳ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ହୋଇଥିବା ପରିବାର ଗୁଡ଼ିକ ଆଜି ପର୍ଯ୍ୟନ୍ତ ପଟ୍ଟା ପାଇବାରୁ ବଞ୍ଚିତ ହୋଇ ଅଛନ୍ତି। ଗ୍ରାମରେ ରାସ୍ତା ଘାଟ ସମସ୍ୟା ଥିବାରୁ କେହି ଜ୍ଵର ହେଲେ ଡାକ୍ତରଖାନା ଯିବା ପାଇଁ ଖଟିଆ ବା ସଙ୍ଗୀଭାର ହିଁ ଭରସା ଅଟେ ।

ବର୍ତମାନ, ଓଡ଼ିଶା ସରକାର ବିଭିନ୍ନ ପଡା ଗ୍ରାମକୁ ରାଜସ୍ଵ ଗ୍ରାମର ମାନ୍ୟତା ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ପ୍ରସଙ୍ଗ ଓଡ଼ିଶାର ରାଜସ୍ଵ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ୨୦୨୫ ମସିହା ମାର୍ଚ୍ଚ ମାସ ୨୭ ତାରିଖ ଦିନ ଘୋଷଣା କରିଥିବା ପରିପ୍ରେକ୍ଷୀରେ ଏହି ଗ୍ରାମ ଗୁଡ଼ିକ ମଧ୍ୟ ରାଜସ୍ବ ଗ୍ରାମର ମାନ୍ୟତା ପାଇବା ନେଇ ଗ୍ରାମବାସୀଙ୍କ ମନରେ ଆଶା ସଞ୍ଚାର ହୋଇଛି । ଏହା ସଂପୃକ୍ତ ଗ୍ରାମମାନଙ୍କରେ ବସବାସ କରୁଥିବା ଗ୍ରାମବାସୀଙ୍କ ଦୀର୍ଘ ୬ ଦଶନ୍ଧିର ଦାବି ଅଟେ । ଲୋକଙ୍କର ଏହି ନ୍ୟାର୍ଯ୍ୟପୂର୍ଣ୍ଣ ଦାବିକୁ ପୂରଣ କରିବା ଦିଗରେ ଓଡ଼ିଶା ରାଜସ୍ବ ବିଭାଗ ପଦକ୍ଷେପ ଗ୍ରହଣ କରିବା ନେଇ ଗ୍ରାମବାସୀ ଅନେଇ ବସିଛନ୍ତି। ଦାବିପତ୍ର ଦେବା କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଗାମାଏ ରୀମିଲ ସିଂ ଗୋଇପାଈ, ନାରାୟଣ ଲାମାଏ, ବୁୟେଂଏ ଲାମାଏ, ବିଦ୍ୟାଧର ସେନାପତି, ଉଗ୍ରଶେନ ଖଟୁଆ, ରଙ୍ଗା ହେମ୍ବ୍ରମ, ରବୀନ୍ଦ୍ର ଦେହୁରୀ, ପିଣ୍ଟୁ ହେମ୍ବ୍ରମ ଓ ନବୀନ ମୁଣ୍ଡୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ରିମିଲିଗାମି ଙ୍କ ରିପୋର୍ଟ।

15
1339 views