
ରାଜ୍ୟ ସିନିଅର କବାଡି ଚମ୍ପିୟାନସିପ ପାଇଁ ଖେଳାଳି ମନୋନୟନ।
ରାଜ୍ୟ ସିନିଅର କବାଡି ଚମ୍ପିୟାନସିପ ପାଇଁ ଖେଳାଳି ମନୋନୟନ
କେନ୍ଦୁଝର, : ୦୪|୦୧ ଓଡିଶା କବାଡି ଆସୋସିଏସନ ଆନୁକୂଲ୍ୟରେ ଆସନ୍ତା ୧୩ ତାରିଖ ଠାରୁ କଟକ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମ ଠାରେ ହେବାକୁଥିବା ରାଜ୍ୟ ସିନିଅର ପୁରୁଷ ଏବଂ ମହିଳା କବାଡି ଚମ୍ପିୟାନସିପ ପାଇଁ କେନ୍ଦୁଝର ଜିଲ୍ଲା ଦଳର ଖେଳାଳି ମନୋନୟନ ଆସନ୍ତା ୮ ତାରିଖ ରବିବାର ପୂର୍ବାହ୍ନ ୯ ଘଟିକାରେ କେନ୍ଦୁଝର ଷ୍ଟାଡିୟମ ପଡିଆ ଠାରେ ଅନୁଷ୍ଠିତ ହେବ l ଏହି ମନୋନୟନ ଶିବିର କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଏବଂ ଏଲାଇଟ ୯ କ୍ଲବ ସହଯୋଗରେ ମ୍ୟାଟରେ ଅନୁଷ୍ଠିତ ହେବାକୁ ଯାଉଛି ବୋଲି କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ସଂଗ୍ରାମ ପଟ୍ଟନାୟକଙ୍କ ଠାରୁ ପ୍ରକାଶ l ଏହି ମନୋନୟନ ଶିବିରରେ ମ୍ୟାଟର ବ୍ୟବହାର ହେବାର କାର୍ଯ୍ୟକ୍ରମ ଥିବାରୁ ସମସ୍ତ ଇଛୁକ ପ୍ରତିଯୋଗୀ ମାନେ ମ୍ୟାଟ ଜୋତା ସାଙ୍ଗରେ ନେଇ ଆସିବାକୁ ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ କୁହାଯାଇଛି l ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏହି ମନୋନୟନ ଶିବିରରେ ଯୋଗ ଦେବାକୁ ଚାହୁଁଥିବା ଖେଳାଳିମାନେ ୪ଟି ପାସପୋର୍ଟ ସାଇଜ ଫୋଟ ଏବଂ ଅରିଜିନାଲ ଆଧାର କାର୍ଡ ସହ କେନ୍ଦୁଝର ଷ୍ଟାଡିୟମ ପଡିଆ ଠାରେ ୯ ଘଟିକା ପୂର୍ବରୁ ଉପସ୍ଥିତ ରହିବାକୁ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ଅନୁରୋଧ କରାଯାଇଛି l ଜିଲ୍ଲାର କୋଣ ଅନୁକୋଣରୁ ପ୍ରତିଭାବାନ କବାଡି ଖେଳାଳିଙ୍କୁ ଚିହ୍ନଟ କରିବା ସହ କେନ୍ଦୁଝର ଜିଲ୍ଲା ପାଇଁ ପ୍ରତିନିଧିତ୍ବ କରିବାର ସୁଯୋଗ ଦେବା ଏହି ଚୟନ ଶିବିରର ମୁଖ୍ୟ ଉଦ୍ଦେଶ୍ୟ l ଇଛୁକ କବାଡି ଖେଳାଳି ମାନେ ସବିଶେଷ ବିବରଣୀ ପାଇଁ ମୁଖ୍ୟ ଚୟନକର୍ତ୍ତା ତଥା ଚୟନ ଶିବିରର ସଂଯୋଜକ ପ୍ରକାଶ କୁମାର ବେଜ ଫୋନ ୯୦୭୮୧୨୦୭୬୭ ଙ୍କ ସହ ଯୋଗାଯୋଗ କରିବା ନିମନ୍ତେ ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ସଂଗ୍ରାମ ପଟ୍ଟନାୟକଙ୍କ ଠାରୁ ପ୍ରକାଶ l
ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।