logo

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଜନାର୍ଦ୍ଦନପୁର ର ବାର୍ଷିକ ଉତ୍ସବ ୨୦୨୫ -୨୬ ଅନୁଷ୍ଠିତ।

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଜନାର୍ଦ୍ଦନପୁର ର ବାର୍ଷିକ ଉତ୍ସବ ୨୦୨୫ -୨୬ ଅନୁଷ୍ଠିତ।


କେନ୍ଦୁଝର:୦୬/୦୨, କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଜନାର୍ଦ୍ଦନପୁର ର ବାର୍ଷିକ ଉତ୍ସବ ୨୦୨୫ -୨୬ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରାଣବନ୍ଧୁ ପରିଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ସମାଜସେବୀ ଗୋପୀନାଥ ରାମ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ ପ୍ରେରଣାଦାୟୀ ଅଭିଭାଷଣ ମାଧ୍ୟମରେ ଉତ୍ସାହିତ କରିଥିଲେ। ମୁଖ୍ୟବକ୍ତା ଭାବେ ରାଇସୁଆଁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ନିର୍ମଳଚନ୍ଦ୍ର ସାହୁ ଯୋଗଦେଇ ଅଭିଭାଷଣ ମାଧ୍ୟମରେ କହିଥିଲେ ନିଜକୁ ସଠିକ ଭାବେ ଉପଯୋଗ କରିପାରିଲେ ସଫଳତା ସୁନିଶ୍ଚିତ। ସମ୍ମାନିତ ଅତିଥିଭାବେ କେନ୍ଦୁଝର ଜିଲ୍ଲାର ବିଶିଷ୍ଟ ସାମ୍ବାଦିକ ବ୍ରଜକିଶୋର ରାୟ ଯୋଗଦେଇ କହିଥିଲେ ଆଜିର ଛାତ୍ର ଛାତ୍ରୀ ଭବିଷ୍ୟତର ନାଗରିକ, ଏଣୁ ଆଜିଠାରୁ ନିଜର ଶ୍ରେଷ୍ଟତ୍ବ ପ୍ରତିପାଦନ କରି ଭବିଷ୍ୟତରେ ଭାରତକୁ ବିଶ୍ୱରେ ସର୍ବଶ୍ରେଷ୍ଟ ଦେଶର ଭାବେ ଗଢିତୋଳିବା ପାଇଁ ନିଜ ନିଜର ଭୂମିକାକୁ ରଖିବା। ସେହିପରି ସମ୍ମାନିତ ଅତିଥିଭାବେ ଶତ୍ରୁଘନ ମହାରଣା,ପଞ୍ଚସଖା ଶିକ୍ଷସେତୁ ର ସଭାପତି ଧିରେନ କୁମାର ପାତ୍ର,ସି.ଆର.ସି.ସି ବସନ୍ତ କୁମାର ପରିଡା, ଏସ. ଏମ. ସି ଅଧ୍ୟକ୍ଷ ସନ୍ତୋଷ କୁମାର ପାତ୍ର ପ୍ରମୁଖ ମଞ୍ଚାସିନ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣାଦାୟୀ ଅଭିଭାଷଣ ରଖିଥିଲେ। ଉତ୍ସବ ପ୍ରାରମ୍ଭରେ ଅତିଥି ମାନେ ମହାପ୍ରଭୁ ଜଗନ୍ନାଥ ଏବଂ କେନ୍ଦୁଝର ର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ବିଦ୍ୟାଳୟର ଉତ୍ତରାତ୍ତୋର ଉର୍ନତି କାମନା କରିଥିଲେ। ବିଦ୍ୟାଳୟର ବରିଷ୍ଟ ଶିକ୍ଷୟିତ୍ରୀ ମନ୍ଦାକିନୀ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ।ଶିକ୍ଷକ ଦମ୍ବରୁଧର ମହାନ୍ତ ମଞ୍ଚ ପରିଚାଳନା କରିଥିଲେ। ବାର୍ଷିକ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାଳୟ ର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଶିକ୍ଷକ ବିଜୟ କୁମାର ପାଣିଗ୍ରାହୀ, ରଞ୍ଜନ କୁମାର ନାୟକ, ସୁବାସ ପାତ୍ର ରଞ୍ଜନ କୁମାର ପତି, ଶିକ୍ଷୟିତ୍ରୀ କୁମୁଦିନୀ ମହାପାତ୍ର, ସୁଚରିତା ରାଉତ, ରତ୍ନମଞ୍ଜରୀ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ ସହଯୋଗ କରିଥିଲେ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

20
1262 views