ମୋଚିବନ୍ଧ ଉଚ୍ଚ ବିଦ୍ୟାଳୟର ଦ୍ଵିତୀୟ ବନ୍ଧୁ ସମ୍ମେଳନ।
ମୋଚିବନ୍ଧ ଉଚ୍ଚ ବିଦ୍ୟାଳୟର ଦ୍ଵିତୀୟ ବନ୍ଧୁ ସମ୍ମେଳନ।
କେନ୍ଦୁଝର,ତା୪/୨- ଆଜି ମୋଚିବନ୍ଧ ଉଚ୍ଚ ବିଦ୍ୟାଳୟର ଦ୍ୱିତୀୟ ବନ୍ଧୁ ସମ୍ମେଳନ କାର୍ଯ୍ୟକ୍ରମ ଅତ୍ୟନ୍ତ ଆନନ୍ଦ ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୩୦ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଜଣାଇ ଦେଉଛି ଯେ ଆଜି ମଧ୍ୟ ବନ୍ଧୁଟିଏ ତା'ର ବନ୍ଧୁତା ରକ୍ଷା କରି ଏହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିପାରୁଛି। ବରୁଣ ବେହେରା ଓ ରବିନ୍ଦ୍ର କୁମାର ସାହୁଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ଭାବେ ତ୍ୱରାନ୍ୱିତ ହୋଇଥିଲା। ବାଳିକା ମାନଙ୍କ ମଧ୍ୟରେ ମନୋରମା ପତି, ମିନାକ୍ଷୀ ସାମଲ, ମଲି ବେହେରା, ରୀତା ସେଠି, ସ୍ନେହଲତା ନାୟକ ଓ ବାଳକ ମାନଙ୍କ ମଧ୍ୟରେ ଶାନ୍ତନୁ ଦାସ, ପ୍ରଦୀପ ଷଡଙ୍ଗୀ, ସନ୍ତୋଷ ଚକ୍ରବର୍ତ୍ତୀ, ବ୍ରଜ ମୋହନ ଜେନା, ରଜତ କୁମାର ଗିରି, ରୂପକ ସାହୁ, ରୁପେଶ ସାହୁ, ଉମେଶ ସାହୁ, ସରୋଜ ଦୀକ୍ଷିତ, ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।