logo

ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର।

ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର।

କେନ୍ଦୁଝର, ତା୬/୨- ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିରରେ ସମ୍ମାନନୀୟ ଅଧ୍ୟକ୍ଷ ଦୈତାରି ମହାନ୍ତଙ୍କ ସଭାପତିତ୍ବରେ ତାଲିମ ଶିବିର ଆରମ୍ଭ ହୋଇ ଯାଇଅଛି। ଉକ୍ତ ଶିବିରର ମହାବିଦ୍ୟାଳୟର ସଂଯୋଜିକା ରଶ୍ମିତା ସାହୁ ଉପସ୍ଥିତ ରହି ଶିବିରର ପ୍ରଶିକ୍ଷିକା ଲକ୍ଷ୍ମୀପ୍ରିୟା ପତି ଏବଂ ତପସ୍ଵିନୀ ମହାନ୍ତଙ୍କ ତତ୍ତ୍ଵାବଧାନରେ ୧୬୪ଜଣ ଛାତ୍ରୀମାନଙ୍କୁ ନେଇ ଆତ୍ମ ସୁରକ୍ଷା ତାଲିମ ଶିବିର ଅନଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିର ୮ଦିନ ଧରି ଚାଲୁ ରହିବ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ବିଷ୍ଣୁ ଚରଣ ସାମଲ, ମନୋରଞ୍ଜନ ପଲେଇ, ତପନ କୁମାର ମହାନ୍ତ, ଡକ୍ଟର ତ୍ରିଲୋଚନ ପଣ୍ଡା, ପଙ୍କଜ କୁମାର ଶତପଥୀ, ସନ୍ତୋଷ ନାରାୟଣ ଏବଂ ଅଧ୍ୟାପିକା ଚନ୍ଦ୍ରିକା ମହାନ୍ତ, ନିବେଦିତା ଶୁକ୍ଳା ମିଳିତ ଭାବରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର କର୍ମଚାରୀ ପବିତ୍ର ମୋହନ ମହାନ୍ତ, ଅମିତ କୁମାର ପଲେଇ, କେଶବ ଚନ୍ଦ୍ର ମହାନ୍ତ, ରଞ୍ଜନ କୁମାର ବେହେରା, ଲକ୍ଷ୍ମୀଧର ମହାନ୍ତ, ମନମୋହନ ମହାନ୍ତ, ରତ୍ନାକର ମହାନ୍ତ, ଚତୁର୍ଭୁଜ ମହାନ୍ତ, ଲୋକନାଥ ମହାନ୍ତ ସହଯୋଗ କରିଥିଲେ।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

19
679 views