logo

ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ବଣିଆପାଟ ଶିଶୁମନ୍ଦିରର କୃତିତ୍ବ।

ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ବଣିଆପାଟ ଶିଶୁମନ୍ଦିରର କୃତିତ୍ବ।

କେନ୍ଦୁଝର -୦୬/୦୨(ଖଣ୍ଡାଧାର ନିୟୁଜ) କେନ୍ଦୁଝରଗଡ଼ କଲେଜ ରୋଡସ୍ଥ ବଣିଆପାଟ ସରସ୍ଵତୀ ଶିଶୁମନ୍ଦିରର ଷଷ୍ଠ ଶ୍ରେଣୀର ଛାତ୍ର ଆଦିତ୍ଯ କୁମାର ପାତ୍ର ଓ ଛାତ୍ରୀ ଶୁଭଶ୍ରୀ ନାୟକ ଗତ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କେନ୍ଦୁଝରଗଡ ପୌରପାଳିକାରେ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବିଦ୍ୟାଳୟ ପ୍ରାର୍ଥନା ସଭାରେ ସମସ୍ତ ଛାତ୍ରଛାତ୍ରୀ ତଥା ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ଗହଣରେ ସଂପୃକ୍ତ ଛାତ୍ରଛାତ୍ରୀ ଦ୍ବୟଙ୍କୁ ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ଭାଗୀରଥି ଗିରି , ସଦସ୍ୟା ମନ୍ଦାକିନୀ ବେହେରା ଫୁଲତୋଡା ଦେଇ ଅଭିନନ୍ଦନ ଜଣାଇ ସେମାନଙ୍କ ଭବିଷ୍ୟତ ଉଜ୍ବଳମୟ ହେଉ ବୋଲି ଆଶୀର୍ବାଦ ଦେଇଥିଲେ। ପ୍ରଧାନାଚାର୍ଯ୍ୟ ଦୀନବନ୍ଧୁ ମହାକୁଡ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିବା ବେଳେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଉପସ୍ଥିତ ଥିଲେ ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

21
1126 views