logo

ସଂଯୋଗୀ ସଜଫୁଲ ର ଉତ୍ତରାଞ୍ଚଳ ବିଶେଷାଙ୍କ ନିମନ୍ତେ ଲେଖା ଆବଶ୍ୟକ।

ସଂଯୋଗୀ ସଜଫୁଲ ର ଉତ୍ତରାଞ୍ଚଳ ବିଶେଷାଙ୍କ ନିମନ୍ତେ ଲେଖା ଆବଶ୍ୟକ।

ଘଟଗାଁ,୬/୨ : ସମଗ୍ର ଓଡ଼ିଶାର ପୁରପଲ୍ଲୀକୁ ସ୍ପର୍ଶ କରିବା ନିମନ୍ତେ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ଅଗ୍ରଣୀ ତଥା ସୃଜନୀ ସାହିତ୍ୟର ନବ ଉନ୍ମେଷ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା କେନ୍ଦୁଝର ର ତ୍ରୈମାସିକ ମୁଖପତ୍ର " ସଂଯୋଗୀ ସଜଫୁଲ " ର ପଶ୍ଚିମାଞ୍ଚଳ ଓ ଦକ୍ଷିଣ-ପୂର୍ବାଞ୍ଚଳ ବିଶେଷାଙ୍କ ଲୋକାର୍ପଣ ଅପୂର୍ବ ସଫଳତା ପାଇବା ପରେ ତା'ର ଆଗାମୀ ସଂଖ୍ୟା ଓଡ଼ିଶାର ଉତ୍ତରାଞ୍ଚଳ ଜିଲ୍ଲା ଗୁଡ଼ିକୁ ନେଇ ସମର୍ପଣ କରାଯାଇଛି । ଓଡ଼ିଶାର ତେଇଶି ଗୋଟି ଜିଲ୍ଲା ପରେ ଅବଶିଷ୍ଟ ଜିଲ୍ଲା ଗୁଡିକ ମଧ୍ୟରେ ମୟୂରଭଞ୍ଜ , ବାଲେଶ୍ଵର, ଭଦ୍ରକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାକୁ ନିଆଯାଇଅଛି ।ଏଣୁ ଉକ୍ତ ଜିଲ୍ଲା ମାନଙ୍କର ଲେଖକ ଲେଖିକା ବୃନ୍ଦ ଆମର ଐତିହ୍ୟ,ସଂସ୍କୃତି , ପରମ୍ପରାକୁ ନେଇ କିମ୍ବଦନ୍ତୀ, ଜନଶ୍ରୁତି ଲୋକକଳା, ଲୋକନୃତ୍ୟ, ଲୋକକଥା ଓ ପର୍ଯ୍ୟଟନ ସ୍ଥଳୀ ଭିତ୍ତିକ ଲେଖା ( ଗଦ୍ୟ ସାହିତ୍ୟ ପାଇଁ ୫୦୦ ଶବ୍ଦ ଓ କବିତା ନିମନ୍ତେ ୨୮ ଧାଡ଼ି ମଧ୍ୟରେ ଛନ୍ଦଯୁକ୍ତ ) ମୋବାଇଲରେ ଟାଇପ୍ କରି ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ସଂପାଦକଙ୍କ ହ୍ବାଟ୍ସ ଆପ୍ ନଂ - ୯୪୩୭୧୫୨୯୩୬ ମାଧ୍ୟମରେ ଯୋଗାଯୋଗ କରି ପଠାଇ ପାରିବେ । ଉକ୍ତ ଅଞ୍ଚଳର ଲେଖାଗୁଡିକୁ ଅଗ୍ରାଧିକାର ଦିଆଯିବା ସହ ଅନ୍ୟ ଜିଲ୍ଲାର ସାରସ୍ବତ ସାଧକ ସାଧିକା ମାନଙ୍କ ସୃଷ୍ଟି ମଧ୍ୟ ସ୍ଥାନ ଦିଆଯିବ। ଲୋକାର୍ପଣ ଉତ୍ସବରେ ଉତ୍ତରାଞ୍ଚଳରେ ଥିବା ପ୍ରତ୍ୟେକ ଜିଲ୍ଲାରୁ ସର୍ବନିମ୍ନ ଜଣେ ସାରସ୍ବତ ସ୍ରଷ୍ଟା/ କଳାକାର / ସମାଜସେବୀ ମାନଙ୍କୁ " ସଂଯୋଗୀ ସଜଫୁଲ ସମ୍ମାନ " ରେ ସମ୍ମାନିତ କରାଯିବା ସହିତ ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଥିବା ସମସ୍ତ କବି, କବୟିତ୍ରୀ ଙ୍କୁ " ସଂଯୋଗୀ ପ୍ରଶଂସା ପତ୍ର " ଦିଆଯିବ ବୋଲିି ସଂଯୋଗୀ ସଜଫୁଲ ପରିବାର ତରଫରୁ ସଂପାଦକ ବାବୁଲାଲ ପଲେଇ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।

ବାବୁଲାଲ୍ ପଲେଇଙ୍କ ରିପୋର୍ଟ।

4
254 views