logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆଠମଲ୍ଲିକ କଲେଜ ଆଲୁମିନି କମିଟି ଗଠନ କୁ ହାତଗଣତି ଛାତ୍ରଓ ଅଣଛାତ୍ରଙ୍କ ବିରୋଧ l

ଅନୁଗୋଳ (କରୁଣାକର ନାୟକ):-୪/୨:- ୧୯୭୮ ମସିହା ରୁ ଆରମ୍ଭ ହୋଇଛି ଆଠମଲ୍ଲିକ କଲେଜ l ଇତିମଧ୍ୟରେ ଦୀର୍ଘ ୪୮ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ବିଭିନ୍ନ ସମୟରେ ପୁରାତନ ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ଆଲୁମିନି ସଂଘ ଗଠିତ ପାଇଁ ପ୍ରସ୍ତାବ ଆସିଥିଲେ ମଧ୍ୟ୍ୟ ତାହା ସମ୍ଭବ ହୋଇପାରୁନଥିଲା l ୨0୨୬ ମସିହା ଫେବୃଆରୀ ୧ ତାରିଖ ରେ ଏହି ଆଲୁମିନି ସଂଘ ତଥା ପୁରାତନ ଛାତ୍ରଛାତ୍ରୀ ଙ୍କ ସଂଗଠନ ଗତ ରବିବାର ଗଠିତ ହୋଇପାରିଛି l ଇତି ମଧ୍ୟରେ ଏହି ଆଲୁମିନି ସଂଘ ଗଠନ କୁ ନେଇ କିଛି ହାତଗଣତି ପୁରାତନ ଛାତ୍ର ଓ କଲେଜ ରେ ଅଧ୍ୟୟନ କରିନଥିବା ଛାତ୍ର ଏହାକୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି l ପ୍ରଥମେ ଆଲୁମିନି ସଂଘ ଗଠନ ଓ ଏହି ସଂଗଠନ ର କାର୍ଯ୍ୟ କଣ ତାହା ଜାଣିବା ନିତ୍ୟାନ୍ତ ଆବଶ୍ୟକ ଅଟେ l ଯେହେତୁ ରାଜ୍ୟ ସରକାର ଙ୍କ ପକ୍ଷରୁ ବାରମ୍ବାର ଆଲୁମିନି ସଂଘ ଗଠନ କୁ ନେଇ କଲେଜ କତ୍ତୃପକ୍ଷ ଙ୍କୁ ପତ୍ରଳାପ ହୋଇଥିଲା, ସେଥିନେଇ କଲେଜ କତ୍ତୃପକ୍ଷ ପ୍ରଥମେ ଏହି ଆଲୁମିନି ସଂଗଠନ କୁ ଗଠନ ପାଇଁ ପଦକ୍ଷେପ ନେଇଥିଲେ l ଆଲୁମିନି ସଂଗଠନ ର କାର୍ଯ୍ୟହେଲା ଗତ ୧୯୭୮ ମସିହାରୁ କଲେଜ ରେ ଅଧ୍ୟୟନ କରି ସାରିଥିବା ହଜାର ହଜାର ପୁରାତନ ଛାତ୍ରଛାତ୍ରୀ ଙ୍କୁ ଏହି ଆଲୁମିନି ସଂଘ ରେ ସାମିଲ କରି କଲେଜର ଦୈନନ୍ଦିନ ସମସ୍ୟା କୁ କିଭଳି ସମାଧାନ କରାଯାଇ ପାରିବ, ସେନେଇ ପ୍ରୟାସ କରିବା l ପ୍ରତେକ ଛାତ୍ରଛାତ୍ରୀ ନିଜ ତରଫରୁ ଏହି ଆଲୁମିନି ସଂଘ କୁ କିଛି କିଛି ଆର୍ଥିକ ସାହାଯ୍ୟ କରିବେ l ଆଲୁମିନି ସଂଘ ଯେଉଁ ଆର୍ଥିକ ସାହାଯ୍ୟ କଲେଜ କୁ ପ୍ରଦାନ କରିବ, କଲେଜ ତାକୁ ସରକାର ଙ୍କୁ ଅବଗତ କଲେ ସରକାର ଆଲୁମିନି ସଂଘ ପ୍ରଦାନ କରିଥିବା ଅର୍ଥର ଅଧିକ ଦୁଇଗୁଣା ଅର୍ଥ ପ୍ରଦାନ କରିବା ବ୍ୟବସ୍ଥା ରହିଛି l ସେହି ଅର୍ଥ ରେ କଲେଜରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିବା ସମ୍ଭବ ହୋଇପାରିବ l ଏନେଇ ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନେ ଅବଗତ ହେବାର ଆବଶ୍ୟକତା ରହିଛି l ନୂତନ ଭାବେ ଗଠିତ ହୋଇଥିବା ଆଲୁମିନି ସଂଘ ବର୍ତ୍ତମାନ କେତେ ପୁରାତନ ଛାତ୍ରଛାତ୍ରୀ ଙ୍କୁ ଏହି ସଂଘରେ ଯୋଡି କେତେ ଆର୍ଥିକ ସାହାଯ୍ୟ ଯୋଗାଡ଼ କରି କଲେଜ କର୍ତ୍ତୃପକ୍ଷ ଙ୍କୁ ପ୍ରଦାନ କରିପାରିବ, ତାକୁ ଦେଖିବାକୁ ବାକି ରହିଲା l ଆଲୁମିନି ସଂଘ ଗଠନ ର କାର୍ଯ୍ୟକାରିତା ବିଷୟରେ ସମ୍ପୂର୍ଣ୍ଣ ଅବଗତ ନହୋଇ କିଛି ହାତ ଗଣତି ଛାତ୍ର ଓ ଅଣଛାତ୍ର ଏହାକୁ ରାଜନୀତି କରଣ କରିବାକୁ ଚେଷ୍ଟା କରି କଲେଜ କର୍ତ୍ତୃପକ୍ଷ ଙ୍କୁ ସମାଲୋଚନା କରିବା ସହ ଏହି ସଂଗଠନ କୁ ବିରୋଧ କରୁଥିବା ଦେଖାଯାଇଛି l ଏଭଳି ବ୍ୟକ୍ତି ବିଶେଷ କଲେଜ ସ୍ୱାର୍ଥ କୁ କିଭଳି ଭାବେ ବଳି ଦେଇ ଓଲଟା ଆଠମଲ୍ଲିକ କଲେଜର ନାଁ ରେ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ରେ ବିଭିନ୍ନ କୁତ୍ସାରଟନା କରିବାକୁ ପଛାଉନାହାଁନ୍ତି l ଏମାନେ କେବେବି କଲେଜ ର ଭଲ ନାଁ ହେଉ ବୋଲି ଚାହୁଁ ନାହାଁନ୍ତି l ଏଭଳି ବ୍ୟକ୍ତି ବିଶେଷ ଙ୍କ ମିଥ୍ୟା କପୋଳ କଳ୍ପିତ କଥାରେ ଜନସାଧାରଣ ବିଚଳିତ ନହେବାପାଇଁ ଆଲୁମିନି ସଂଘ ର ସଭାପତି ସୁଶାନ୍ତ କୁମାର ମହାପାତ୍ର ନିବେଦନ କରିଛନ୍ତି l ଖୁବଶୀଘ୍ର ଆଲୁମିନି ସଂଘ ଶହଶହ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ବୈଠକ କରି କଲେଜ କୁ କିଭଳି ଏକ ଆଦର୍ଶ କଲେଜ ଭାବେ ଗଢ଼ା ପରିଗଣିତ ହେବ ସେନେଇ ସଂଘ ପ୍ରଚେଷ୍ଟା କରିବ ବୋଲି ସଭାପତି କହିଛନ୍ତି l

124
1158 views

Comment