logo

କୋରାପୁଟ୍ ଜିଲା ଦାମନଯୋଡି ଅଭୟଅଞ୍ଜନିୟ ହନୁମାନ ମନ୍ଦିର ର ନୁତନ କମିଟି ଗଠନ।

କୋରାପୁଟରୁ ଜିଲ୍ଲାର ଦାମନଯୋଡି ଠାରେ ଗତକାଲି ଅର୍ଥାତ୍ ୪/୨/୨୨୬ ବୁଧବାରେ ଦିନ ଭାରତବର୍ଷର ଦୁତୀୟ ସର୍ବ ବୃହତମ ଉଚ୍ଚତା ବିଶିଷ୍ଟ ହନୁମାନ ବିଗ୍ରହ ଙ୍କ ଏକ ଛପନ ଜଣିଆ କମିଟି ଅନୁମୋଦନ ହୋଇଯାଇଛି।ଏଥିରେ ହନୁମାନ ବାଟିକାର ଟ୍ରଷ୍ଟି ଶ୍ରୀଯୁକ୍ତ ଆଲାକ ଚଉଧୁରି ଙ୍କ ନେତୃତ୍ବରେ ଛପନଜଣିଆ କମିଟିକୁ ପ୍ରଥମେ ଉତରିୟ ଦେଇ ସମସ୍ତ ଙ୍କୁ ସ୍ବାଗତ କରାଯାଇଥିଲା ।ତା ସହିତ ବାଟିକାର ଟ୍ରଷ୍ଟି ଶ୍ରୀ ଯୁକ୍ତ ଆଲୋକ ଚଉଧୁରି ବାଟିକାର ହିସାବ ପତ୍ର କୋଭିଡିପରଠାରୁ ହୋଇନଥିବାବେଳେ ତାପରଠାରୁ ସମସ୍ତ ହିସାବ ପତ୍ର ବିଷୟରେ କମିଟିକୁ ବୁଝାଇଥିଲେ ।ଏହିକମିଟି ଦାମନଯୋଡି ର ପ୍ରତେକ ଅଞ୍ଚଳରୁନେଇ ଗଠନ କରାଯାଇଥିଲା। ତଥ- ଭେଜାପୁଟ୍,ଟାଉନ୍ ସିପ୍,ମାଥାଲପୁଟ୍, ସତସଙ୍ଗ ଅଞ୍ଚଳର ସମସ୍ତ ହନୁମାନ ପ୍ରମିଙ୍କୁ ନେଇଏହି କମିଟି ଗଠନ କରାଯାଇଥିଲା। ଭବିଷ୍ୟତରେ ଏହି ଅନୁଷ୍ଠାନକୁ କମିଟି କିପରି ସୁରୁଖୁରୁରେ ଚଲାଇ ପାରିବ ସମସ୍ତ ସଦସ୍ୟ ଙ୍କ ଠାରୁ ମତାମତ ଲୋଡିଥିଲେ। ଏବଂ ସମସ୍ତ ସଦସ୍ୟ ମାନେ ମଧ୍ୟ ନିଜ ନିଜର ମତାମତ ରଖିଥିଲେ ସମସ୍ତ ଙ୍କ ମତାମତକୁ ମଧ୍ୟ ସର୍ବ ସାଧାରଣ କର୍ମେ ସ୍ବାଗତ କରାଯାଇଥିଲା।ତାପରେ ସଭାକୁ ସଙ୍ଗକରି ମନ୍ଦିର କମିଟି ତରଫରୁ ହୋଇଥିବା ପ୍ରସାଦ ସେବନକରି ସମସ୍ତେ ପ୍ରସ୍ଥାନ ହୋଇଥିଲେ।

184
5105 views