logo

ସମାଧାନ ଶିକ୍ଷା ନିକେତନ ଅଏଡ଼ା ପକ୍ଷରୁ ନବମ ବାର୍ଷିକ ଉତ୍ସବ ପାଳିତ l

ଅନୁଗୋଳ (କରୁଣାକର ନାୟକ)3/2 ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ପଇଁଚିକୁଳ ଅଞ୍ଚଳ ଅଏଡ଼ା ପଂଚାୟତ ଅନ୍ତର୍ଗତ ସମାଧାନ ଶିକ୍ଷା ନିକେତନ ମୈତ୍ରୀ ବିହାର ଅଏଡ଼ା ପକ୍ଷରୁ ନବମ ବାର୍ଷିକ ଉତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଛି l ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ବାଗଦେବୀ ସରସ୍ବତୀ ଙ୍କ ଫଟୋ ତିତ୍ର ଉପରେ ପୁଷ୍ପ ମାଲ୍ୟ ଅର୍ପଣ କରି ଧୂପଲଗାଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରାଯାଇଥିଲା l ପରେ ପରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା l ଏଥିରେ ଆଠମଲ୍ଲିକ ଉପ ଜିଲ୍ଲାପାଳ ଉପେନ୍ଦ୍ର କୁମାର ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟିଟୋସ ମହାନନ୍ଦିଆ, ତହସିଲଦାର ପ୍ରସନ୍ନ କୁମାର ଟେଟେ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଶାନ୍ତ କୁମାର ତାଉଡ଼ିଆ, ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ଚିତ୍ତରଞ୍ଜନ କର୍ଣ୍ଣ, ସମାଜସେବୀ ଶତ୍ରୁଘନ ସାହୁ,ଉପଦେଷ୍ଟା ମାଧବ ଚନ୍ଦ୍ର ସାହୁ,ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁନୀଲ କୁମାର ପ୍ରଧାନ ମୁଖ୍ୟବକ୍ତା ଯୋଗଦେଇ ଥିଲେ l ନିମନ୍ତ୍ରିତ ଅତିଥି ଗଣ ନିଜ ନିଜ ଢଙ୍ଗ ରେ ଶିକ୍ଷା ଉପରେ ବିଭିନ୍ନ ପ୍ରକାର. ବକ୍ତବ୍ୟ ପ୍ରଦାନ କରିଥିଲେ l ଶିକ୍ଷାହେଉଛି ସ୍ୱାଧୀନତାର ଚାବିକାଠି ଓ ଶିକ୍ଷା ଦ୍ୱାରା ପ୍ରତ୍ୟୋକ ସମାଧାନ ର ବାଟ ଦେଖାଇଥାଏ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ l ଶିକ୍ଷା ନିକେତନ ର ସଭାପତି ସୁଧାଂଶୁ ଶେଖର ବେହେରା ସଭାପତିତ୍ବ କାର୍ଯ୍ୟ ତୁଲାଇ ଥିବାବେଳେ ସମ୍ପାଦକ ବିନୟ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ନୃତ୍ୟ ଗୀତରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୃତି କଳାକାର ମାନଙ୍କୁ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଦେଇ ସମର୍ଦ୍ଧିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର 200 ଛାତ୍ର ଛାତ୍ରୀ ଙ୍କ ସହ ଅଭିଭାବକ ଯୋଗଦେଇଥିବା ବେଳେ ଆଖପାଖ ଅଞ୍ଚଳ ର ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l ଶିକ୍ଷା ନିକେତନ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀ ମାନଙ୍କ ସହଯୋଗ ରେ ଶାନ୍ତି ଶୃଙ୍ଖଳା ରେ କାର୍ଯ୍ୟକ୍ରମ ଟି ଉଦଯାପିତ ହୋଇଯାଇଛି l

13
1021 views