logo

ରାଜ୍ୟସ୍ତରୀୟ ବରପାଲି ଗଙ୍ଗାଧର ମେହେର କଫ ଫୁଟବଲ : ଫାଇନାଲରେ କୁଚିଣ୍ଡା ଚମ୍ପିୟାନ

ରାଜ୍ୟସ୍ତରୀୟ ବରପାଲି ଗଙ୍ଗାଧର ମେହେର କଫ ଫୁଟବଲ ଫାଇନାଲରେ କୁଚିଣ୍ଡା ଚମ୍ପିୟାନ
ବରପାଲି,ରାଜ୍ୟସ୍ତରୀୟ ବରପାଲି ଗଙ୍ଗାଧର ମେହେର କଫ ଫୁଟବଲ ଟୁର୍ଣ୍ଣାମେଣ୍ଟ ବରପାଲି ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ସପ୍ତମ ଦିବସ ଫାଇନାଲ ଖେଳରେ ରାଉରକେଲା ସହ କୁଚିଣ୍ଡା ମଧ୍ୟରେ ଖେଳ ଅନୁଷ୍ଟିତ ହୋଇଥିଲା । ଖେଳର ସମାପ୍ତି ପର୍ଯ୍ୟନ୍ତ ଉଭୟ ଦଳ ପକ୍ଷରୁ ଗୋଲ ହୋଇନଥିଲା । ଏଣୁ ଟ୍ରାଇ ବ୍ରେକର ଜରିଆରେ ୬-୫ ଗୋଲ ରେ କୁଚିଣ୍ଡା ଦଳ ଫାଇନାଲ ଖେଳରେ ଚମ୍ପିୟାନ ହୋଇଥିଲା । ରାଉରକେଲା ଦଳ ଗୋଲ କିପର ଗୋକୁଳ ଭୂମିଜଙ୍କୁ ବେଷ୍ଟ ଗୋଲକିପର ଓ ମେନଫ ଦି ମ୍ୟାଚ ଭାବେ କୁଚିଣ୍ଡା ଦଳର ଅଭିନାଶ,ବେଷ୍ଟ ଡିଫେନ୍ସ ସରୋଜ ଛାତ୍ରୀଆ,ବେଷ୍ଟ ଫରୁଆଡ଼ ବିକ୍ରମ,ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ଗୋକୁଳ ଭୂମିଜ ରାଉରକେଲା ଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଆଜିର ଫାଇନାଲ ଖେଳରେ ମୁଖ୍ୟ ଅତିଥିଭାବରେ ବିଜେପୁର ବିଧାୟକ ସନତ ଗଡ଼ତିଆ, ସମ୍ମାନୀତ ଅତିଥିଭାବେ ଅଟାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ,ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନା ଯୋଗଦେଇ ଖେଳାଳି ମାନଙ୍କ ସହିତ ହସ୍ତମର୍ଦ୍ଧନ କରିବା ସହିତ ଉତ୍ସାହିତ କରାଇଥିଲେ । ଏଥିରେ କାର୍ତ୍ତିକ ଦାଶ,ଜିତେନ୍ଦ୍ରିୟ ଥାନାପତି,ଶଶିକାନ୍ତ ଦାଶିଆ,ଅନୀଲ ଭୋଇ ଖେଳ କୁ ପରିଚାଳନା କରିଥିଲେ । ଖେଳର କନଭେନର ଭାବରେ ମନୋଜ କୁମାର ସାହୁ ଦାୟିତ୍ବ ତୁଳାଇଥିଲେ । ଖେଳକୁ ଉପଭୋଗ କରିବାପାଇଁ ଦର୍ଶକ ଭାବରେ ଅଞ୍ଚଳ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହିଥିବା ଦେଖାଯାଇଥିଲା । ଖେଳକୁ ସୁ ପରିଚାଳନା କରିବା ପାଇଁ ଏସୋସିଏସନର ସଭାପତି,ସମ୍ପାକ ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏଥିରେ ଅଶୋକ କୁମାର ପଣ୍ଡା,ମଧୁମଙ୍ଗଲ ମିଶ୍ର ଧାରାବିବରଣୀ ପ୍ରଦାନ କରିଥିଲେ ।

2
693 views