logo

ମା 'ଭୈରବୀ ରାଜ୍ୟସ୍ତରୀୟ ଫୁଟବଲ :ଭଦ୍ରକ କୁ ହରାଇ ଭୁବନେଶ୍ୱର ଚାମ୍ପିଅନ

ଖୋର୍ଦ୍ଧା,୧.୨.୨୬(ଏ.ଆଇ.ଏମ.ଏ) :ଖୋର୍ଦ୍ଧା ଜ଼ିଲ୍ଲା ଡିଆ ପଞ୍ଚାୟତ ଅଧିନସ୍ଥ କାଶୀପୁର ଖେଳ ପଡିଆରେ  ମା'ଭୈରବୀ ଯୁବ ସଂସଦ ଆନୁକୂଲ୍ୟରେ  ଚାଲିଥିବା ୪୩ ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଉଦଯାପନୀ ଦିବସ l ଆଜିର ଫାଇନାଲ ମ୍ୟାଚଟି ୟୁନାଇଟେଡ଼  କ୍ଲବ ଭଦ୍ରକ ଓ ସାନ ଏକାଦଶ କ୍ଲବ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଭୟ ଦଳର ଖେଳ ଅତି ସଂଘର୍ଷପୁର୍ଣ ହୋଇଥିଲା। ନିର୍ଧାରିତ ସମୟ ମଧ୍ୟରେ ୟୁନାଇଟେଡ଼ କ୍ଲବ ଭଦ୍ରକକୁ ୧-୦ ଗୋଲରେ ହରାଇ ସାନ ଏକାଦଶ କ୍ଲବ ଭୁବନେଶ୍ୱର  ବିଜୟୀ ହୋଇ ଚଳିତ ବର୍ଷର ଚାମ୍ପିଅନ ହୋଇଛି। ଆଜିର ଖେଳକୁ ଶିବଶଙ୍କର ପଣ୍ଡା ଓ ଲାଇନରେ ସୁଜିତ ପାତ୍ର ଓ ଶିବ ଦେହୁରୀ ଓ ଚତୁର୍ଥ ରେଫରୀଭାବେ ହୃଦାନନ୍ଦ ମହତରାୟ, ଓମ ପ୍ରକାଶ ମିଶ୍ର, ଭୀମସେନ ବିଶ୍ୱାଳ ଓ ମ୍ୟାଚ କମିଶନର ଭାବେ ପ୍ରମୋଦ କୁମାର ଦାସ ପରିଚାଳନା କରିଥିଲେ। ଗୋଲ ଜଜ ଭାବେ ଗଙ୍ଗାଧର ପଟ୍ଟନାୟକ,ଗଙ୍ଗାଧର ପାଇକରାୟ ସହଯୋଗ କରିଥିଲେ।ଅନୁଷ୍ଠାନର  ସଭାପତି ପ୍ରଦୀପ୍ତ କୁମାର ଷଡଙ୍ଗୀ ପୌରାହିତ୍ୟ ରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ,ସମ୍ମାନିତ ଅତିଥିଭାବେ ନୂଆଗଡ ସରପଞ୍ଚ ରଘୁନାଥ ମାଝି, ପ୍ରାକ୍ତନ ବିଜେପି ମଣ୍ଡଳ ସଭାପତି ସନାତନ ବାରିକ, ସମାଜସେବୀ ରଣଜିତ ଜଗଦେବ, ସରପଞ୍ଚ ପ୍ରଶାନ୍ତ କୁମାର ବେହେରା, ଅବସର ପ୍ରାପ୍ତ ବରିଷ୍ଠ କ୍ରୀଡା ଶିକ୍ଷକ ଚକ୍ରଧର ମିଶ୍ର,ସମାଜସେବୀ ସନ୍ତୋଷ ଦଳେଇ, ସମାଜସେବୀ ସିପିଏମ ନେତା ବିଧୁଭୂଷଣ ମହାରଣା,ୱାର୍ଡସଭ୍ୟା ସଂଯୁକ୍ତା ମିଶ୍ର,ଅନୁଷ୍ଠାନର  ପ୍ରାକ୍ତନ ସଭାପତି ପ୍ରଦୀପ କୁମାର ପଟ୍ଟନାୟକ, ସାମାଜିକ କର୍ମୀ ହେମନ୍ତ ସାମନ୍ତରାୟ ଓ ବିଶ୍ବଜିତ ହରିଚନ୍ଦନ, ପୁଲିସ ଅଧିକାରୀ ଗୁପ୍ତ ପ୍ରସାଦ ମହାନ୍ତି, ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ l ମ୍ୟାଚର ଶ୍ରେଷ୍ଠ ଖେଳାଳିଭାବେ ସାନ ଦଳର ଚନ୍ଦନ ଦାଶଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା l ଶିକ୍ଷାବିତ କମଳ ଲୋଚନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।ଅନୁଷ୍ଠାନର ସମ୍ପାଦକ ନୃସିହ କୁମାର ଦଳେଇ ବାର୍ଷିକ ବିବରଣୀ ପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ।ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

16
694 views