logo

*ଶହୀଦ ଦିବସ ପାଳନ ଅବସରରେ ଡ଼ଃ ନରେଶ ଚନ୍ଦ୍ର ସାହୁଙ୍କ ୧୦୦ ତମ ରକ୍ତଦାନ* *ଶିବିରରୁ ୧୦୫ ୟୁନିଟ ରକ୍ତ ସଂଗୃହୀତ*

ଦାମନଯୋଡି,୧/୨(): ନବରତ୍ନ କମ୍ପାନୀ ନାଲକୋ, ଦାମନଯୋଡିସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରରେ ଶହୀଦ ଦିବସ ପାଳନ ଅବସରରେ ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ ମିଳିତ ଆନୁକୁଲ୍ୟରେ ଏକ ବିରାଟ ରକ୍ତଦାନ ଶିବିରର ଆୟୋଜିତ୍ ହୋଇଯାଇଛି । ବିଦ୍ୟା ମନ୍ଦିରର ବରିଷ୍ଠ ଶିକ୍ଷକ ତଥା ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ଡକ୍ଟର ନରେଶ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଏହି ମହା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ ଅତିଥି ଭାବେ ନାଲକୋ ସି ଆଇ ଏସ ଏଫ୍ ର ବରିଷ୍ଠ କମାଦାଣ୍ଟ ସତ୍ୟଦେବ ଆର୍ଯ୍ୟ, ନାଲକୋ କାର୍ଯ୍ୟନିର୍ବହୀ ନିର୍ଦ୍ଧେଶକ ଅମରେନ୍ଦ୍ର ମିଶ୍ର, ଏସଭିଏମର ପରିଚାଳନା ସମିତିର ସଭ୍ୟ ତଥା ମହା ପ୍ରବନ୍ଧକ(ଅର୍ଥ ବିଭାଗ) ପ୍ରଶାନ୍ତ କୁମାର ମହାରଣା, ପ୍ରଶାସନିକ ସଭ୍ୟ ଚନ୍ଦ୍ର ମୋହନ ମହନ୍ତ ଶିବିର ଉଦଘାଟନ କରିଥିଲେ । ବିଦ୍ୟାମନ୍ଦିର ସମ୍ପାଦକ ଡଃ ଚିତ୍ତରଂଜନ ମିଶ୍ର, ଏସ ଏଲ ଏନ ମେଡିକାଲ୍ କଲେଜର ଅଧିକ୍ଷକ ଡା ସୁଶାନ୍ତ କୁମାର ସାହୁ, ଅଧ୍ୟକ୍ଷ ଡଃ ଶୁଭ୍ରାଂଶୁ ଶେଖର ବାହିନୀପତି, ସ୍ନିଗ୍ଧାରାଣୀ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ଶିବିରରେ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର ମିଶ୍ର ଓ ସାଧାରଣ ମହାପ୍ରବନ୍ଧକ (ଅର୍ଥ) ପି. କେ. ମହାରଣା ଓ ନାଲକୋ ଡାକ୍ତର ଡ଼ାଃ ଡି ରାମ କ୍ରିଷ୍ଣା ଓ ଡ଼ାଃ ବିବେକ ମଧ୍ୟ ରକ୍ତଦାନ କରିଥିଲେ । ନିଜେ ରକ୍ତଦାନ ପୂର୍ବକ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଉତ୍ସ ସାଜିଥିଲେ ।ଡକ୍ଟର ନରେଶ ଚନ୍ଦ୍ର ସାହୁ ତାଙ୍କର ବ୍ୟକ୍ତିଗତ ୧୦୦ତମ ରକ୍ତଦାନ କରି ସେଞ୍ଚୁରିଆନ କ୍ଲବରେ ପ୍ରବେଶ କରିବା ସହ ସମସ୍ତେ ନିଜର ସାମାଜିକ ଦାୟିତ୍ୱ ତୁଲାଇବା ପାଇଁ ଆହ୍ଵାନ କରିଥିଲେ । ସେହିପରି ଡଃ ଅଶୋକ ମହାନ୍ତି ତାଙ୍କର ୭୧ ତମ ଓ ପ୍ରଦୀପ କୁମାର ତ୍ରିପାଠୀ ତାଙ୍କର ୬୦ତମ, ଡ଼ଃ ଜଳେନ୍ଦ୍ର ତ୍ରୀପାଠୀ ତାଙ୍କର ୬୭ତମ ଓ ଶେଫାଳୀ ପଟ୍ଟନାୟକ ତାଙ୍କ ନିକ ଜନ୍ମ ଦିନ ପାଳନ ଅବସରରେ ୧୮ତମ ରକ୍ତଦାନ କରିଥିଲେ । ଉକ୍ତ ଶିବିରରେ ୨୧ ଜଣ ଦମ୍ପତିଙ୍କ ସମେତ ସମୁଦାୟ ୧୦୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିରରେ ଦାମନଯୋଡି, ମାଥାଲପୁଟ, ଭେଜIପୁଟ , ସେମିଳିଗୁଡା ଓ ସୁନାବେଡା ରୁ ବହୁ ସଂଖ୍ୟାରେ ରକ୍ତଦାତା ଆସି ରକ୍ତଦାନ କରିଥିଲେ । କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରର ଡାକ୍ତର ମଧୁସୂଦନ ବଳିଆରସିଂ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସହଯୋଗୀ ରଞ୍ଜିତ ସାହୁ, ଗୀତା ଓ ଅଜିତ ଗୌଡ଼ ରକ୍ତ ସଂଗ୍ରହ କରିଥିଲେ । ଡକ୍ଟର ନରେଶ ଚନ୍ଦ୍ର ସାହୁ , ପ୍ରଦୀପ ତ୍ରୀପାଠୀ, ରଚନା ମିଶ୍ର,ସ୍ମୃତି ପାଢ଼ୀ, ସୁନୀଲ ମିଶ୍ର, ନାରାୟଣ ଲାମତା ଓ ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବର ସ୍ବେଚ୍ଛାସେବୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟ ମାନେ ସହଯୋଗ କରିଥିଲେ । ଶହୀଦ ଦିବସ ପାଳନ ଅବସରରେ ସି ଆଇ ଏସ ଏଫ୍ ର ଭୂମିକା ପ୍ରଶଂସନୀୟ। ସମସ୍ତ ରକ୍ତଦାତାଙ୍କୁ ଏହି କାର୍ଯ୍ୟକ୍ରମ ଅବସରରେ ସମ୍ମାନିତ କରାଯାଇଥିଲା। ଡ଼ଃ ସାହୁଙ୍କ ଏହି ନିଆରା ୧୦୦ତମ ରକ୍ତଦାନ ପାଳନକୁ ନାଲକୋ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ, ବିଦ୍ୟାମନ୍ଦିର ସମ୍ପାଦକ, ଅଧକ୍ଷ ଓ ପରିଚାଳନା ସମିତିର ସଭ୍ୟମାନେ ବେଶ ପ୍ରଶଂସା କରିଥିଲେ।

13
563 views