logo

ପାଟଣା ବ୍ଲକରେ ସମ୍ପୁର୍ଣ୍ଣତା ଅଭିଯାନ ଶିବିର।

ପାଟଣା ବ୍ଲକରେ ସମ୍ପୁର୍ଣ୍ଣତା ଅଭିଯାନ ଶିବିର।

ପାଟଣା:୩୧/୦୧- ପାଟଣା ବ୍ଲକ ସଭାଗୃହ ରେ ଆଜି ଆକାଂକ୍ଷା ବ୍ଲକ ଆଧାରିତ ସମ୍ପୁର୍ଣ୍ଣତା ଅଭିଯାନ ୨-୦ କାର୍ଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଆଖିଳ ଚନ୍ଦ୍ର ନାଏକ ଯୋଗ ଦେଇଥିଲେ। ବିଡ଼ିଓ ମାନସ କୁମାର ଦଣ୍ଡପାଟ କାର୍ଯ୍ୟକ୍ରମ ରେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅତିଥି ଭାବେ ତହସିଲଦାର ଅଶ୍ୱିନୀ କୁମାର ନାଏକ, ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ, ଏଡିଏସଡବ୍ଲୁଓ ସୁଧା ଗୋସ୍ୱାମୀ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ର କାର୍ଯ୍ୟକ୍ରମ ଅଧିକାରୀ ବାସନ୍ତୀ ମହାନ୍ତ, ଭାରପ୍ରାପ୍ତ ଜିପିଡ଼ିଓ ଅଭୟ ଚରଣ ଦେହୁରୀ, ସିଡିପିଓ କଳ୍ପନା ଦୋରା, ପ୍ରମୁଖ ଯୋଗ ଦେଇଥିଲେ।କୃଷି ବିଭାଗ ସମେତ ବ୍ଲକର ସମସ୍ତ ଲାଇନ ବିଭାଗ ର ଅଧିକାରୀ ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ, ବ୍ଲକ ଅଞ୍ଚଳ ର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ବ୍ଲକ ଟି ଆକାଂକ୍ଷୀ ଯୋଜନା ରେ ସାମିଲ ହୋଇଥିବାରୁ ପ୍ରତ୍ୟେକ ବିଭାଗ କିପରି ଦକ୍ଷତା ପ୍ରଦର୍ଶନ ସହ ସରକାରୀ ଯୋଜନା ର ଶତପ୍ରତିଶତ ସଫଳତା ହାସଲ କରିବେ ସେନେଇ ମାର୍ଗ ଦର୍ଶନ କରିଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

13
702 views