
ସେଣ୍ଟ ଜାଭିଅର ପବ୍ଲିକ୍ ସ୍କୁଲର ପଞ୍ଚମ ବାର୍ଷିକ ଉତ୍ସବ।
ସେଣ୍ଟ ଜାଭିଅର ପବ୍ଲିକ୍ ସ୍କୁଲର ପଞ୍ଚମ ବାର୍ଷିକ ଉତ୍ସବ।
ପାଟଣା:୩୧/୦୧- ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମପାଟଣା ସେଣ୍ଟ ଜାଭିଅର ପବ୍ଲିକ୍ ସ୍କୁଲର ୫ମ ବାର୍ଷିକ ଉତ୍ସବ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଗଣେଶ ଚନ୍ଦ୍ର ଦାସ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ମୁଖ୍ୟ ବକ୍ତା ଭାବେ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ସଭାପତି ନୃସିଂହ ନାଥ ସିଂହ, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ବିଦ୍ୟାଳୟର ପ୍ରତିଷ୍ଠାତା ଅଜୟ କୁମାର ଦାଶ, ବ୍ଲକ ସହ ଶିକ୍ଷା ଅଧିକାରୀ ପ୍ରକାଶ କୁମାର ରାୟ, ବିଧାୟକଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସଂପାଦକ କମଳାକାନ୍ତ ପତି, ବିଜ୍ଞାନ ଶିକ୍ଷକ ପାର୍ଥ ସାରଥି ବେଜ, ତପେଶ୍ୱର ମହାନ୍ତ, ବିଦ୍ୟାଳୟ ପରିଚାଳନା କମିଟି ସଂପାଦକ ଅବିନାଶ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କ୍ରୀଡ଼ା ଓ ମେଧା ଅନ୍ୱେଷଣ ପ୍ରତିଯୋଗିତା ଅଂଶ ଗ୍ରହଣ କରି କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ପଣ୍ଡା, ସାହାବାନ ଆଲାମ, ନୃସିଂହ ଚରଣ ବେହେରା, ଭୁବନ ସୁନ୍ଦର ମଦି, ନୃସିଂହନାଥ ଦାଶ, ସସ୍ମିତା ମହାନ୍ତ, ରାଜଶ୍ରୀ ସାହୁ, ଲିପିକା ମଞ୍ଜରୀ ମହାନ୍ତ, ହୁସନାରୀ ପରୱିନ୍, ରୀମା ରଣା, ଶ୍ରଦ୍ଧାଞ୍ଚଳି ଦାସ, ହିମାବତୀ ମହାନ୍ତ, ସବିତା ବାନରା, ଲକ୍ଷ୍ମୀପ୍ରିୟା ସାହୁ, ଭାର୍ଗବୀ ମହାନ୍ତ ତଥା କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।