logo

ଦେବଦୂତ ସିଏ - ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।

ଦେବଦୂତ ସିଏ

ଯଦି କାହା ନୟନରୁ
ଲୋତକଟି ଝରେ
ମୁଁ ଜାଣେନା ତା ଆଖିରେ
ଲୁହ କିଆଁ ଭରେ ।
ପାଶେ ଯାଇ ହାତ ଧରି
କହେ ଶୁଣ ଭାଇ
ମନ କଥା କୁହ ଖୋଲି
ମନାକର ନାଇଁ ।
ଆଖିରୁ ସେ ପୋଛିଦିଏ
ଥାଏ ଯାହା ଲୁହ
କହେ ସମସ୍ୟା ଯାଏନି
ଶୁଖେଇଲେ ମୁହଁ ।
କିଛି ଦେବା ନୁହେଁ ବଡ଼
ବଡ଼ ମିଠା କଥା
ଆଉ ବଡ଼ ବୁଝିଗଲେ
ତା ମନର ବ୍ୟଥା ।
ପରହିତ ସାଧେ ଯିଏ
ବଡ଼ରେ ସେ ଗଣା
ଭଲମଣିଷଟି ବୋଲି
ହୋଇଥାଏ ଜଣା ।
ଏମିତିକା ମଣିଷଙ୍କୁ
ଭେଟିଛ କି କିଏ
କହିବା ମଣିଷ ନୁହଁ
ଦେବଦୂତ ସିଏ ।

ନୀଳମଣି ଚାନ୍ଦ
ପୁରୁଣିଆଁ, ଆନନ୍ଦପୁର
କେନ୍ଦୁଝର, ମୋ:୯୫୮୩୨୦୨୩୫୭

3
700 views