logo

ପ୍ରତିବନ୍ଧକ - ସୁଭାଗିନୀ ସିଂହ ଙ୍କ ଦ୍ଵାରା ରଚିତ କ୍ଷୁଦ୍ର ଗଳ୍ପ।

ପ୍ରତିବନ୍ଧକ

ଜୀବନ ର ଦୋଛକିରେ ପଥ ଚାଲିବାକୁ ହୁଏ।ସେ ଦିନ ସେ ଅନୁଭବ କଲା।
ମଧ୍ୟବିତ୍ତ ପରିବାରର ସରଳ ନୀରିହ,
ଝିଅ ଟିଏ।ବୟସ ପନ୍ଦର। ସଂସାର ର ସମସ୍ତ ଭଲ ମନ୍ଦ ବିଷୟରେ
କିଛି ବି ଜଣା ନ ଥାଏ।
ଦିନେ ହଠାତ୍ ତା' ସହ ଏକା ସାଙ୍ଗେ
ପଢୁଥିବା ଜଣେ ସାଙ୍ଗ ଆସି ଘରେ ପହଞ୍ଚିଲେ।
ମିନୁ କେବେ ବି ତା ସହିତ  ଆଗରୁ
କିଛି କଥାବାର୍ତ୍ତା ହୋଇ ନଥିଲା।
ସେ ପ୍ରଥମ ଥର ତାଙ୍କୁ ନିଜ ଘରେ ଦେଖିଲା।
ସେ ସମୟ ରେ ଘରେ ପରିବାର ର
କୋୖଣସି ସଦସ୍ୟ ନଥିଲେ।
ଜରୁରୀ କାମରେ ସେମାନେ ବାହାରକୁ ଯାଇଥିଲେ। ମିନୁ ତା ସାଙ୍ଗ ସାବିର କୁ ଵସିବାପାଇଁ କହିଲା।
ଦୁହେଁ ସବୁ ବିଷୟରେ ଆଲୋଚନା
କଲେ।
ହଠାତ୍  ସାବିର ମିନୁଙ୍କୁ ଆଲିଙ୍ଗନ କରି କପାଳରେ ଚୁମ୍ବନ ଟିଏ ଦେଇ,
ତା ବାଟରେ ଚାଲିଗଲା
ମିନୁ ଏସବୁ କିଛି ବୁଝିପାରିଲା ନାହିଁ।
ଏପରି ଘଟଣାକୁ ନେଇ ଡରି ଯାଇଥାଏ।
ସାବିର ଏମିତି ଦୁଇ ,ତିନି ଦିନରେ
ମିନୁ ର ଘରକୁ ଆସେ।
ଧିରେ ଧିରେ ସମ୍ପର୍କ ବଢିବାକୁ ଲାଗିଲା ।
କିନ୍ତୁ ମିନୁର ମନ  ନଥାଏ। ସବୁବେଳେ ସାଵିର ଉପରେ ଚିଡି ହେଉଥାଏ।
ସାବିରର ଆଖି ମିନୁ ଉପରେ ସର୍ବଦା ଥାଏ।
ତା'ର ଉଦ୍ଦେଶ୍ୟ ମିନୁ ଜାଣି ପାରୁ ନଥାଏ।
ଦିନେ ମିନୁ ତା ସାଙ୍ଗ ଠାରୁ ଜାଣିବାକୁ ପାଇଲା ସାବିର ତାକୁ ଭଲ ପାଉଛି ।
ସାବିର ଓ ମିନୁ ଆକାଶ ପାତାଳ ଫରକ।ସେ କାହିଁକି ଭଲପାଇବ।
ଦୁହେଁ ଅଲଗା ଜାତିର କ'ଣ ଏ ସମାଜ ତାକୁ ଗ୍ରହଣ କରିବ  ସେ କଥା ଭାବୁ ଥାଏ।
ସାବିର ଯେନତେନ ଉପାୟରେ ମିନୁ କୁ ତା ପ୍ରେମ ଜାଲରେ ବାନ୍ଧିରଖିଲା।
ଯେତେ ଚେଷ୍ଠା କଲେ ମିନୁ ସେ  ବନ୍ଧନରୁ ବାହାରିପାରୁ ନଥାଏ।
ବାଧ୍ୟ ହୁଏ କହିବାକୁ ବିବାହ ପାଇଁ
କିନ୍ତୁ ସାବିର ବିବାହ ପାଇଁ ରାଜି ନୁହନ୍ତି,କାରଣ ଘରେ ଅନ୍ୟ ଜାତିର
ଝିଅ କୁ ଗ୍ରହଣ କରିବେ ନାହିଁ।
ମିନୁ କହେ ପ୍ରଥମରୁ ଭାବିବାର ଥିଲା
ଜାତି ଅଜାତି ଭେଦଭାବ।
ଆଜିର ଦୁନିଆଁରେ କୁସଂସ୍କାର କୁ ନେଇ ବଞ୍ଚିବା ବହୁ କଷ୍ଟକର।
ଯଦି ଏପରି ମନୋଭାବ ତେବେ କାହିଁକି ଆଗକୁ ଅଗ୍ରସର ହେବ ।ସେ ଦିନ ମିନୁ ସାବିର  ର ପଦକ କଥାଶୁଣି
ହଠାତ୍ ପାଦ ତଳୁ ମାଟି ଖସିଗଲା।
ସେ ନୀରବ ରେ ଚିନ୍ତା କଲା,
ଏବଂ ଏବାଟ ରୁ କେମିତି ନିସ୍ତାର ପାଇବ ଭାବୁଥାଏ।
ସତର୍କତା ସହ ମିନୁ ସାବିର ଯିବା ଆସିବା , କାର୍ଯ୍ୟକଳାପ ଉପରେ
ନଜର ରଖିଥାଏ ।
ତାଠାରୁ ନିଜକୁ ଦୂରେଇବା ପାଇଁ ଚେଷ୍ଟାକରୁ ଥାଏ।
ଦୁଇମନ ଦୁଇ ହୃଦୟ ଜାତି ଅଜାତି ର ପ୍ରତିବନ୍ଧକ ଡେଇଁ ଯିବାକୁ ଇଛା ଥିଲେ ମଧ୍ୟ ପାରି ନଥିଲେ।
ସରଳ ନୀରିହ ଦୁଇଟି ଜୀବନ
କ୍ଷତ ବିକ୍ଷତ ହେଲା ।
ଭଲପାଇବା କୁ ଦୂର କରି ସାବିର ଠାରୁ ମିନୁ ସଂପର୍କ କୁ ତୁଟାଇ
ସବୁଦିନ ପାଇଁ ଦୂରକୁ ଚାଲିଗଲା।
କିନ୍ତୁ ସାବିର ଭଲପାଇବା ତା ପାଇଁ ପ୍ରଥମ ଥିଲା, ତାକୁ ପାଥେୟ କରି ବାକି ଜୀବନ କାଟିବାକୁ ଚେଷ୍ଟା କଲା।
ସାବିର ସେହି ଚିନ୍ତାରେ ଖିଆ ପିଆ ଛାଡି ପାଗଳପରି ବୁଲିଲା। ସେହି ପ୍ରତିବନ୍ଧକ ପାଇଁ ଦୁଇଟି ଜୀବନ ନଷ୍ଟ ହେଲା। ଆଜିର ସଭ୍ୟ ସମାଜରେ ପ୍ରତିପଦ ପ୍ରତିଷ୍ଠିତ ଥିବା ବ୍ୟକ୍ତିମାନେ, କୁସଂସ୍କାର ମନରୁ କାଢି ସମସ୍ତ ଙ୍କୁ ନିଜର କରିବା ସହିତ ଭାତୃତ୍ବ ବନ୍ଧନରେ ବାନ୍ଧି ରଖିଲେ ଜାତି ଭେଦଭାବ ମନରୁ ଦୂରେଇ ଯିବ । ଆମର ମନୋଭାବର ପାଇଁ ଅନ୍ୟ କାହାର ପଥରେ ପ୍ରତିବନ୍ଧକ ସୃଷ୍ଟି ନହେଉ ।

ସୁଭାଗିନୀ ସିଂହ, ପର୍ଜଙ୍ଗ ଢେ଼ଙ୍କାନାଳ,
ମୋବାଇଲ: 79787 42814

8
2743 views