logo

ମୂଷାଖୋରି କ୍ଲଷ୍ଟର ସ୍ତରୀୟ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ।

ମୂଷାଖୋରି କ୍ଲଷ୍ଟର ସ୍ତରୀୟ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ।

ପାଟଣା :୩୧/୧, ଚଳିତ ଶିକ୍ଷା ବର୍ଷର ସପ୍ତମ ମାସିକ କ୍ଲୁଷ୍ଟର୍ ସ୍ତରୀୟ ବୈଠକ ମୂଷାଖୋରି କ୍ଲଷ୍ଟର ଅଧିନସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ ଝାଟିପଡ଼ା ରେ ଅନୁଷ୍ଠିତ ହୋଇଯାଇଛି । ମୂଷାଖୋରି କ୍ଲଷ୍ଟର ସାଧନା ସଂଯୋଜକ କୁନାଲ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ତଥା ଝାଟିପଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାନ୍ତଙ୍କ ସହଯୋଗରେ ଅନୁଷ୍ଠିତ ବୈଠକରେ ୧୪ ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକଷୟିତ୍ରୀ ମାନେ ଏବଂ ୧୦ ଟି ବିଦ୍ୟାଳୟର ଏଫ୍.ଏଲ୍. ଏନ ଶିକ୍ଷକ ଶିକଷୟିତ୍ରୀ ମାନେ ଯୋଗ ଦେଇ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଉକ୍ତ ବୈଠକରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷା ,ଜାନୁଆରୀ ମାସର ଶୈକ୍ଷିକ କ୍ୟାଲେଣ୍ଡର , ବହୁଶ୍ରେନି ପରିଚାଳନାର ପାଠ ଯୋଜନା ପ୍ରସ୍ତୁତି, ଶ୍ରେଣୀ ପର୍ଯ୍ୟବେକ୍ଷଣ ସାଧନୀ ଓ ଶିକ୍ଷଣ ସୋପାନ ରେଜିଷ୍ଟର ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା ।ଉକ୍ତ ବୈଠକରେ ପ୍ରମୋଦ କୁମାର ମହାନ୍ତ ,ସନ୍ତୋଷ କୁମାର ନାଏକ,ପଦ୍ମଲୋଚନ ମହାନ୍ତ,ସନ୍ଧ୍ୟାରଣୀ ମହାନ୍ତ ପ୍ରଭୃତି ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ମଧ୍ୟରେ ଝ।ଟିପଡ଼ା ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ମହାନ୍ତ ନୂତନ ବର୍ଷ ପାଇଁ ସି.ଅର୍.ସି.ସି. ଏବଂ ପୂର୍ବତନ ସି.ଅର୍.ସି.ସିଙ୍କୁ ପୁଷ୍ପଗୁଚ୍ଛ ସହିତ ଡାଇରୀ ପ୍ରଦାନ କରି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

1
592 views