logo

ଗୋନାସିକା ଯନ୍ତାରୀରେ ଭବ୍ୟ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ।

ଗୋନାସିକା ଯନ୍ତାରୀରେ ଭବ୍ୟ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ।

ଗୋନାସିକା - ୩୧/୦୧(ଖଣ୍ଡାଧାର ନିୟୁଜ) କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକା ଗ୍ରାମ ପଞ୍ଚୟାତ ଜନ୍ତାରୀ ହାଟ ପଡ଼ିଆ ଠାରେ ଏକ ଭବ୍ଯ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ହିନ୍ଦୁ ସମ୍ମିଳନୀରେ ବାରହାଗଡ, ଗୋନାସିକା ଗ୍ରାମ ପଞ୍ଚାୟତ ର ଶହଶହ ଜନସାଧାରଣଙ୍କ ସହଯୋଗ ଓ ଉପସ୍ଥିତ ହୋଇ ହୋଇଥିଲେ। ସମ୍ମିଳନୀରେ ମୁଖ୍ଯ ବକ୍ତା ଶ୍ରୀଯୁକ୍ତ ଗଣେଶ୍ବର ମହାନ୍ତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସେବା ପ୍ରମୁଖ ଦେଇ ହିନ୍ଦୁ ଏକତା, ସ୍ବ ଧର୍ମ , ସ୍ବ ଜାତି ସ୍ବ ଦେଶାଭାବ ଜାଗରଣ ସୃଷ୍ଟିର ଆବଶ୍ୟକତାର ବକ୍ତବ୍ଯ ପ୍ରଦାନ କରିଥିଲେ । ଭାରତବର୍ଷରେ ସନାତନ ଧର୍ମ ଓ ସଂସ୍କୃତିର ପ୍ରଚାର ପ୍ରସାର ଓ ଆତ୍ମ ଶୁଦ୍ଧିକରଣ ଉପରେ ବିସ୍ତୃତ ଆଲୋକପାତ କରିଥିଲେ । ବିଶେଷ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଗୋବିନ୍ଦମହାକୁଡ, ଶ୍ରୀଯୁକ୍ତ ବରୁଣ ପ୍ରଧାନ, ଜୁଆଙ୍ଗ ପୀଢ ସର୍ଦାର ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଜୁଆଙ୍ଗ, ଶ୍ରୀଯୁକ୍ତ ବିଭିଷଣ ପାତ୍ର ରାଧି ଦେହୁରୀ ପ୍ରମୁଖ ମଞ୍ଚାସିନ ଥିଲେ। ସଭାକାର୍ଯ୍ୟ କୁ ଆୟୋଜକ ସମିତି ଗୋନାସିକା ର ସଂଯୋଜକ ଶ୍ରୀଯୁକ୍ତ ଗଣେଶ୍ବର ମହାନ୍ତ ପରିଚାଳନା କରିଥିଲେ । ରାଘବ ବାରିକ ଦୟାନିଧି ପାତ୍ର, ରମେଶ ମହାନ୍ତ, ପବିତ୍ର ଜୁଆଙ୍ଗ ପ୍ରମୁଖ ସହଯୋଗ କରିଥିଲେ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

8
692 views