logo

ହୃଦୟ କାହିଁକି କାନ୍ଦେ - ହରିହର ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।

ହୃଦୟ କାହିଁକି କାନ୍ଦେ

********* ହରିହର ମହାନ୍ତ
ହୃଦୟ କାହିଁକି କାନ୍ଦେ
କପାଳକୁ ତା'ର ନିନ୍ଦେ
ଆହା ବୋଲି କରି ନ କୁହନ୍ତି ତାଙ୍କୁ
ନ ଦିଅନ୍ତି ପାଣି ମୁନ୍ଦେ ।୧।
ଭାଇବନ୍ଧୁ ଆପଣାର
ହୁଅନ୍ତି ସଭିଁଏ ପର
କାଳେ କେତେବେଳେ ମାଗିଦେବ କିଛି
ପକାଇ ଅକଲ ଫାନ୍ଦେ ।୨।
ଅଭାବି ଲୋକଟି ସିଏ
ତା'ର କେ ନିଜର ନୁହେଁ
ଚାରିଆଡେ ଖାଲି ନିରାଶର ଅମା
ଅନ୍ଧାର ଜମାଟ ବାନ୍ଧେ ।୩।
ସାଙ୍ଗସାଥି ତା'ର ଯେତେ
ନେଇଛନ୍ତି କିଏ କେତେ
ବିପଦ ବେଳରେ ଦେବାକୁ ପଡିଲେ
କଥାରେ କଥାରେ ଛନ୍ଦେ ।୪ ।
ସ୍ୱାର୍ଥପର ଏ ଜଗତ
ଦେବା ନେବାଟା ହିଁ ସତ୍ୟ
ଧୈର୍ଯ୍ୟହରା ହୋଇ ଏକଥା ଭାବିଲେ
ପରାଣକୁ ବଡ ବାଧେ ,
ସେଇଠୁ ହୃଦୟ କନ୍ଦେ ।୫।

କୁଲାଡେରା, ମଣ୍ଡୁଆ, କେନ୍ଦୁଝର
୮୩୨୮୯୨୮୭୯୩

3
532 views