ନାମ ତା'ର ମାଘ ମେଳା - ବିକାଶ କୁମାର ହୋତାଙ୍କ ଦ୍ବାରା ରଚିତ କବିତା।
ନାମ ତା'ର ମାଘ ମେଳା
ନାମ ତା'ର ମାଘ ମେଳା
ବୁଲିବାକୁ ଆସ ସଭିଏଁ ପରା ହେ
ନ କରି ଟିକିଏ ହେଳା ||
ଯୋରନ୍ଦା ନାମକ ଗ୍ରାମ
ସାରା ବିଶ୍ବରେ ତ ପ୍ରସିଦ୍ଧ ଅଟଇ
ମହିମା ଗାଦି ତା ନାମ ||
ମାଘ ଶୁକ୍ଳ ଚତୁର୍ଦ୍ଦଶୀ
ଆରମ୍ଭ କରନ୍ତି ଏ ଦିନରେ ପରା
ମହିମା ସନ୍ନ୍ୟାସୀ ମିଶି ||
ହୁଏ ଜନ ସମାଗମ
କୌପୁନୀ,ବକ୍କଳା, ସନ୍ନ୍ୟାସୀ ପ୍ରଚାର
କରନ୍ତି ମହିମା ଧର୍ମ ||
ପଡ଼ିଥାଏ କେତେ ଦୋଳି
ଛୁଆ ଠାରୁ ବୁଢ଼ା କରିଥାନ୍ତି ମଜା
ମହା ଆନନ୍ଦରେ ଖେଳି ||
ଭଳି ଭଳି ଖାଦ୍ୟ ଖାଇ
କିଣି ଥାନ୍ତି ସବୁ ଦରକାରୀ ଚିଜ
ମେଳାରେ ତା ପଡିଥାଇ ||
ପବିତ୍ର ଅଟେ ସେ ସ୍ଥାନ
ଦୁଃଖ ଦୂର ହେବ ଶାନ୍ତି ପ୍ରାପ୍ତ ହେବ
ପ୍ରସନ୍ନ ହୋଇବ ମନ।।
ବିକାଶ କୁମାର ହୋତା,
ଦକ୍ଷିଣକାଳୀ ରୋଡ଼ ବିଦ୍ୟାନଗର ଢେଙ୍କାନାଳ, ମୋବାଇଲ: ୭୦୦୮୯୨୮୭୯୮, ୮୬୫୮୨୯୨୦୫୧