logo

ମର୍ମନ୍ତୁଦ ଦୁର୍ଘଟଣାରେ ଶିଶୁମନ୍ଦିର ଗୁରୁ ମା ' ଙ୍କ ମୃତ୍ୟୁ!

ମର୍ମନ୍ତୁଦ ଦୁର୍ଘଟଣାରେ ଶିଶୁମନ୍ଦିର ଗୁରୁ ମା ' ଙ୍କ ମୃତ୍ୟୁ!

ଯୋଡ଼ା -୩୦/୦୧(ଖଣ୍ଡାଧାର ନିୟୁଜ) କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ନିକଟସ୍ଥ ମାଇନିଂ ଛକ ୫୨୦ ନମ୍ବର ଜାତୀୟ ରାଜପଥ ରେ ଶୁକ୍ରବାର ସନ୍ଧ୍ୟା ୫ ଟା ସମୟରେ ଏକ ହାଇବା ଟ୍ରକ ସ୍କୁଟିକୁ ପଛ ପଟୁ ଧକ୍କା ଦେବା ଫଳରେ ମହିଳା ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି। ମହିଳା ଜଣଙ୍କ ଯୋଡ଼ା ବନେଇକଳା ର ବୋଲି ଜଣାପଡିଛି। ମୃତ ମହିଳା ଙ୍କ ଜଣଙ୍କ ପରିଚିତl ସୁନିତା ଲୋହାର ଏବଂ ବୟସ( ୪୨) ବୋଲି ଜଣାପଡିଛି।ସୂଚନାଯୋଗ୍ୟ ଯେ ସେ ବିଳେଇପଦା ଶିଶୁମନ୍ଦିର ରେ ଶିକ୍ଷୟତ୍ରୀ ଗୁରୁମା ଥିଲେ ଏବଂ ସେ ସ୍କୁଟିରେ (ଓଡ଼ି ୦୯ ଜେ ୯୮୦୦)ଘରକୁ ଫେରୁଥିବା ସମୟରେ ଏକ ଟ୍ରକ(ଓଡ଼ି ୧୪ଏଜି ୮୩୫୫) ଦୁର୍ଘଟଣା ଘଟିଥିବା ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତl ସୁନିତା ଙ୍କ ଶବ ବ୍ୟବଚ୍ଛେଦ ପାଇଁ ଟାଟା ମେଡିକାଲ କୁ ପଠାଇଛି।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

10
768 views