logo

ଗିତାଜ୍ଞାନ - ଆଧ୍ଯାତ୍ମିକ ଚିନ୍ତନ।

ଗିତାଜ୍ଞାନ
-----------
ମନ୍ମନା ଭବ ମଦଭକ୍ତୋ ମଦଯାଜୀ ମାଂ ନମସ୍କୁରୁ।
ମାମେବୈଷ୍ୟସି ସତ୍ୟଂ ତେ ପ୍ରତିଜାନେ ପ୍ରିୟୋଅସି ମେ।।୧୮/୬୫।।

ଭାବାର୍ଥ: ହେ ଅର୍ଜୁନ! ତୁମେ ମୋଠାରେ ମନ ଲଗାଅ; ମୋର ଭକ୍ତ ହୋଇଯାଅ; ମୋର ପୂଜକ ହୋଇଯାଅ; ମୋତେ ପ୍ରଣାମ କର। ଏପରି କଲେ ତୁମେ ମୋତେ ନିଶ୍ଚୟ ପ୍ରାପ୍ତ ହେବ; ଏହା ମୁଁ ତୁମକୁ ସତ୍ଯ ପ୍ରତିଜ୍ଞା କରି କହୁଛି; କାରଣ ତୁମେ ମୋର ଅତ୍ଯନ୍ତ ପ୍ରିୟ।।୧୮/୬୫।।

ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ।
ଅହଂ ତ୍ବା ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ।।୧୮/୬୬।।

ଭାବାର୍ଥ: ସମସ୍ତ ଧର୍ମ ଅର୍ଥାତ୍ କର୍ତ୍ତବ୍ଯକର୍ମ ମୋଠାରେ ତ୍ଯାଗ କରିଦେଇ ତୁମେ କେବଳ ଏକମାତ୍ର ମୋର ଅର୍ଥାତ୍ ସର୍ବଶକ୍ତିମାନ ସର୍ବାଧାର ପରମେଶ୍ୱରଙ୍କ ଶରଣକୁ ଆସିଯାଅ। ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତ କରିଦେବି; ତୁମେ ଶୋକ କର ନାହିଁ।।୧୮/୬୬।।

ଭଗବାନ ଶ୍ରୀକୃଷ୍ଣଙ୍କ ଅତିପ୍ରିୟ ସଖା, ଭକ୍ତ ତଥା ଶରଣାପନ୍ନ ଅର୍ଜୁନଙ୍କୁ କୁରୁକ୍ଷେତ୍ର ରଣାଙ୍ଗନରେ ଦିବ୍ୟ ଉପଦେଶ ପ୍ରଦାନ କରି ସ୍ପଷ୍ଟ କହିଲେ ସବୁ ଦ୍ରୁଷ୍ଟିରୁ ତମେ ମୋର ଅର୍ଥାତ୍ ସର୍ବଶକ୍ତିମାନ ପରେମଶ୍ବରଙ୍କ ଶରଣାପନ୍ନ ହୋଇଯାଅ। ତୁମକୁ ସମସ୍ତ ପାପରୁ ମୁକ୍ତ କରିଦେବି। ଏ ଦିବ୍ୟ ଉପଦେଶ କେବଳ ଅର୍ଜୁନଙ୍କ ନିମନ୍ତେ ପ୍ରଦାନ କରି ନାହାଁନ୍ତି, ଏହା ସମଗ୍ର ପୃଥିବୀ ଲୋକର ମାନବମାନଙ୍କ ପାଇଁ ମଧ୍ଯ ସମାନ ଭାବରେ ପ୍ରଦାନ କରିଛନ୍ତି। ଯେକୌଣସି ବ୍ଯକ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଉପଦେଶ ପାଳନ କରିବାରେ ସମର୍ଥ ହେବ, ନିଃସନ୍ଦେହ ସେହି ବ୍ଯକ୍ତି ସମସ୍ତ ପାପରୁ ଭଗବାନଙ୍କ ଅପାର କରୁଣାରୁ କର୍ମବନ୍ଧନ ରୁ ଉଦ୍ଧାର ହେବା ସହିତ ଜନ୍ମ ଜନ୍ମାନ୍ତରର ପାପରୁ ମୁକ୍ତ ହୋଇ ଭଗବାନଙ୍କ ଚରଣରେ ଆଶ୍ରୟ ମିଳିଯିବ।

ସୌଜନ୍ୟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।

16
931 views