logo

ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ବାର୍ଷିକୋତ୍ସବ l ଆସିକା:(29/1/26)(ଗଣେଶ ପାଣିଗ୍ରାହୀ ରିପୋର୍ଟ) ଏନ୍‌ଏନ୍‌ଏସ୍ : ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ଓ ନିରଞ୍

ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ବାର୍ଷିକୋତ୍ସବ l
ଆସିକା:(29/1/26)(ଗଣେଶ ପାଣିଗ୍ରାହୀ ରିପୋର୍ଟ) ଏନ୍‌ଏନ୍‌ଏସ୍ : ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ଓ
ନିରଞ୍ଜନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୦ତମ ବାର୍ଷିକୋତ୍ସ ତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସରୋଜ କୁମାର ଜେନାଙ୍କ ସଭାପତିତ୍ୱ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ରୂପେ ଆସିକା ବିଧାୟକ ସରୋଜ କୁମାର ପାଢୀ ଓ ସମ୍ମାନିତ ଅତିଥି ରୂପେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଉପଆଞ୍ଚଳିକ ନିର୍ଦ୍ଦେଶକ ତଥା ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ଡଃ ସୁଶାନ୍ତ ଦାଶ (କବି) ଯୋଗଦେଇ ଉଚ୍ଚଶିକ୍ଷାର ବିକାଶ ଲାଗି ସରକାର କାର୍ଯ୍ୟକାରୀ କରୁଥିବା ବହୁବିଧ ଶିକ୍ଷାକଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ବିଦ୍ୟାର୍ଥୀ ମାନେ ନିଷ୍ପ, ଏକାଗ୍ରତା ଓ ଅଙ୍ଗୀକାରବଦ୍ଧତାକୁ ଜୀବନର ଏକ ବ୍ରତ ଭାବେ ଗ୍ରହଣ କରି ନିଜର ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ କଠିନ ପରିଶ୍ରମ କରିବାକୁ ଆହ୍ଵାନ କରିଥିଲେ । କଲେଜର ବିଦ୍ୟାର୍ଥୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷାନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ଅଧ୍ୟାପକ ଗଣେଶ୍ଵର ମାଝୀ, ଡ. କେ.ଓମ୍ ନାରାୟଣ ରାଓ, ଗୋପୀନାଥ କର, ଡଃ ଉର୍ମିଳା ମୁଦୁଲି, ଶ୍ରୀବାସ ପାତ୍ର, ଡ. ଜୟପ୍ରଦା ମହାପାତ୍ର, ଶ୍ରୀମତୀ ଇତିଶ୍ରୀ ପଣ୍ଡା, ଡ. ଯଶଶ୍ରୀ ମଲିକ, ବି.ପାଣ୍ଡବ ରେଡି, ମମତା ନିଶାଙ୍କ, ଗିରିଜା ଆପଟ, ଚାନ୍ଦିନୀ ସେଠୀ, ଦୁର୍ଗାପ୍ରସାଦ ପାଣିଗ୍ରାହୀ, ଧବଳେଶ୍ଵର ସେଠୀ, ଡ. ପ୍ରମୋଦ ତିଆଡି, ସନାତନ ପ୍ରଧାନ, ସେଫାଳୀ ସୁଚରିତା ପ୍ରଧାନ, ସୁଶିଲ୍ କୁମାର ଆଚାର୍ଯ୍ୟ, ସତ୍ୟଜିତ୍ ପ୍ରଧାନ, ଭାଗ୍ୟଲକ୍ଷ୍ମୀ ପ୍ରଧାନ, ସାହିନ୍ ନାଜାର୍‌ଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ

0
0 views