logo

ଢେଙ୍କିକୋଟ ବଣିକସଂଘ ତରଫରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ।

ଢେଙ୍କିକୋଟ ବଣିକସଂଘ ତରଫରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ।

କେନ୍ଦୁଝର, ତା୨୮/୧- ଢେଙ୍କିକୋଟ ଠାରେ ଥିବା ସରକାରୀ ପଞ୍ଜୀକୃତ ବଣିକସଂଘ ତରଫରୁ ୭୭ତମ ସାଧାରଣତନ୍ତ୍ର ଦିବସ ଧୁମଧାମରେ ପାଳିତ ହୋଇଯାଇଛି। ନିମନ୍ତ୍ରିତ ହୋଇ ସଂଘର ଉପଦେଷ୍ଟା ମଣ୍ଡଳୀର ସର୍ବଶ୍ରୀ ଯୁଗଳ କିଶୋର ଦାସ, କୁଳମଣି ମଣ୍ଡଳ, ଭାଗୀରଥୀ ପୃଷ୍ଟି, ରାମଚନ୍ଦ୍ର ସାହୁ, ନବିନ କୁମାର ସାହୁ, ଗୌରୀ ଶଙ୍କର ମୁନ୍ଦାରା,ରମେଶଚନ୍ଦ୍ର ମହାନ୍ତ, ଚିତ୍ତରଞ୍ଜନ ସାହୁ, ଗତିକୃଷ୍ଣ ଦଳେଇ, ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ପତାକା ଉତ୍ତୋଳନ କରିଥିଲେ ସଭାପତି ରାଜକିଶୋର ସାହୁ। ମଞ୍ଚ ଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଞ୍ଜୟ କୁମାର ସାହୁ। ଢେଙ୍କିକୋଟ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମୀନତି ମହାରଣା, ଅନ୍ୟାନ୍ୟ ଶିକ୍ଷୟିତ୍ରୀ ସମେତ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ସଂଘର ସମ୍ପାଦକ ଲଲାଟେନ୍ଦୁ ସାହୁଙ୍କ ସମେତ ମହେଶ୍ଵର ସାହୁ, ସେକ୍ ଜାବେର,ସମୀର ଲାହା, ମକରଧ୍ଵଜ ସାହୁ, ସେକ୍ ହବିବ, ସେକ୍ ରଫିକ, ଗୋପି କିଷାନ, ଅଜୟ ବେଜ, ସରୋଜ ମହାନ୍ତଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

14
1202 views