logo

ରଙ୍ଗାଧର ସ୍ମୃତି ବିଦ୍ୟାପୀଠ ଅତା ରେ ୨୦୧୫ ମ୍ୟାଟ୍ରିକ ବ୍ୟଚ ର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି।

ରଙ୍ଗାଧର ସ୍ମୃତି ବିଦ୍ୟାପୀଠ ଅତା ରେ ୨୦୧୫ ମ୍ୟାଟ୍ରିକ ବ୍ୟଚ ର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି।

ଘଷିପୁରା: ୨୬/୦୧, ଘଷିପୁରା ବ୍ଲକ ବାତୋ ପଞ୍ଚାୟତ ଅନ୍ତର୍ଗତ ଅତା ସ୍ଥିତ ରଙ୍ଗାଧର ସ୍ମୃତି ବିଦ୍ୟାପୀଠ ରେ ୨୦୧୬ ମ୍ୟାଟ୍ରିକ ବ୍ୟାଚ୍ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଉକ୍ତ କାର୍ଯ୍ୟକ୍ରମ ରେ ପୁରାତନ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପ୍ରଥମେ ବିଦ୍ୟାଳୟ ର ପୁରାତନ ଶିକ୍ଷକ ଓ କର୍ମଚାରୀ ଙ୍କୁ ପୂଜନ ପରେ ଔପଢ଼କନ ଓ ମାଆ ତାରିଣୀ ଙ୍କ ଫଟୋ ଚିତ୍ର ଦେଇ ସମ୍ବର୍ଦ୍ଧତ କରାଯାଇଥିଲା, ଓ ପୁରାତନ ଶିକ୍ଷକ ଓ ଛାତ୍ର ଙ୍କୁ ନେଇ ଏକ ମିଳନ ସଭା ଅନୁଷ୍ଠିତ ହେଇଥିଲା ଏଥିରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ରମାକାନ୍ତ ସାହୁ, ଶିକ୍ଷକ ମାର୍କଣ୍ଡ ଚନ୍ଦ୍ର ପଣ୍ଡା, ଜଳଧର ନାଥ, ଶରତ ଚନ୍ଦ୍ର ବାରିକ, ଭୀମସେନ ନାଥ, ଆନନ୍ଦ ନାଥ, ବାସୁଦେବ ପଣ୍ଡା ଓ ରମେଶ ଚନ୍ଦ୍ର ପାଲ, ପିତାମ୍ବର ନାୟକ ଯୋଗ ଦେଇଥିଲେ,
ପୁରାତନ ଛାତ୍ର ଙ୍କ ମଧ୍ୟରେ ଅବିନାଶ ନାଥ, ମୁନି କୁମାର ମୁକେଶ ନାଥ, ପ୍ରଦୀପ ପାଗଳ, ଉତ୍ତମ ମହାନ୍ତ, ପ୍ରକାଶ ନାଥ, ଭଗବାନ ନାଥ, ବିଶ୍ୱଜିତ୍ ନାଥ, ସାଇ ଶିବାନୀ ପାଲ, ମିଲି ନାୟକ, ବନିତା ନାଥ, ଇତିଶ୍ରୀ ରାଉତ୍, ଶୁଭସ୍ମିତା ରାଉତ୍, ସସ୍ମିତା ନାଥ ପ୍ରମୁଖ ଉପସ୍ଥିତ ରହି କର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ବିଶ୍ବଜିତ ନାଥ ଙ୍କ ରିପୋର୍ଟ।

5
1256 views