logo

ଶିଶୁ କବିତା - ପୁଷ୍ପାଞ୍ଜଳି ଆଚାର୍ଯ୍ୟ ଙ୍କ ଦ୍ଵାରା ରଚିତ କବିତା।

ଶିଶୁ କବିତା
**"***
ଜେଜୀ ମା ସହ ନାତି ନାତୁଣୀ
ରାସ୍ତାରେ ବୁଲୁଥିଲେ
ନାତୁଣୀ ପରୀ କହିଲା ଜେଜୀ
ଦୋକାନ ଯିବା ଚାଲେ।

ଜେଜୀ କହିଲେ ନାଇଁ ଲୋ ପରୀ
ଟଙ୍କା ମୁଁ ଧରି ନାହଁ
ଏବେ ନଯାଇ ପରେ ଯିବା
ଜିଦି କରନା ତୁହି।

ଧରିଲା ଜିଦି ଚୁଇପରୀ ଟି
ଗୋଡ଼ ହାତ ଛାଟିଲା
ନାକ କାନ୍ଦୁରୀ ସୁଉଁ ସୁଁ କାନ୍ଦି
ରାସ୍ତାରେ ଗଡିଗଲା।

ଶେଷରେ ଜେଜୀ ନାଚାର ହୋଇ
ନାତି ନାତୁଣୀ ଧରି
ଖାଲିହାତରେ ଦୋକାନ ଗଲେ
ନଥିଲେ ଟଙ୍କା ଧରି।

ଲେଜ,କୁରୁକୁରେ,ପଲ୍ସ ଚକୋଲେଟ
କିଣିଲା ଚୁଇପରୀ
ନାତି ଛୁଆଟା ଖେଳଣା ଧରି
ହସିଲା କିରି କିରି।

ଦୋକାନିପୁଅ ହିସାବ କଲା
ଦୁଇଶହ ଟଙ୍କା ହେଲା
ବିଚାରୀ ଜେଜୀ ନିଉନ ହୋଇ
ଧିରେ ଧିରେ କହିଲା।

ରାସ୍ତାରେ ମୁଁ ବୁଲୁ ଥିଲି
ନାତି ନାତୁଣୀ ଧରି
ପୁଅ ଆସିକି ଟଙ୍କା ଦେଵ
ଆଜି ଉପର ଓଳି।

ଚୁଇପରୀ ଶୁଣି ଏକଥା
କହିଲା ନାଇଁ ନାଇଁ
ଜେଜୀମା ଦେବେ ତୁମକୁ ଆସି
ପାପା ମୋ ଦେବେ ନାହିଁ।

ଜେଜୀହସିଲେ ଶୁଣି ଏକଥା
ଦେଖିଲେ ଚୁଇଁ ମୁଇଁ
ପାପା ତାହାର ଟଙ୍କା ଦେବାକୁ
କେଭେଁ ବି ଚାହୁଁ ନାହିଁ।

କହିଲା ଚୁଇଁ ତୁମେ ଆଣିଛ
ତୁମେ ବି ଦେଵ ଟଙ୍କା
ତୁମେ ନଦେଇ ପାପା ମୋ ଦେଲେ
ତାଙ୍କ, ପକେଟ୍ ହେବ ଫାଙ୍କା।

କହିଲି ଚୁଇଁ ଭଲ କହିଲୁ
ମାନିବି ତୋର କଥା
ବାପା ପାଖରେ ଅଝଟ କେଭେଁ
ତୁ ହେବୁନି ଜାଣିଥା।

ଆଜିକାଲିର ପିଲାଙ୍କ ଭଳି
ଜିଦିଆହେବୁ ନାହଁ
ବାପା ର କଥା ମାନି ଚଳିଲେ
ସୁକନ୍ୟା ହେବୁ ତୁହି।

ଜୟ ଜଗନ୍ନାଥ 🙏
ପୁଷ୍ପା ଞ୍ଜଳି ଆଚାର୍ଯ୍ୟ
ପୁରୁଣା ବଜାର
କେନ୍ଦୁଝର
ମୋବାଇଲ: 87631 58585

7
999 views