logo

ମା' ଭୈରବୀ ରାଜ୍ୟସ୍ତରୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ                 

                                                          ଖୋର୍ଦ୍ଧା,୨୬/୧(ଏ.ଆଇ.ଏମ.ଏ): ଖୋର୍ଦ୍ଧା ଜ଼ିଲ୍ଲା ଡିଆ ପଂଚାୟତ କାଶୀପୁର ଖେଳ ପଡିଆରେ ମା'ଭୌରବୀ ଯୁବ ସଂସଦ ଆନୁକୂଲ୍ୟରେ ୪୩ ତମ ରାଜ୍ୟ ସ୍ତରୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି।ଆଜିର ଉଦଘାଟନୀ ମ୍ୟାଚଟି  କିଟ ଆଫ୍ରିକାନ ଏକାଦଶ ଭୁବନେଶ୍ୱର ଓ ଭଞ୍ଜନଗର ଫୁଟୁବଲ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଭୟ ଦଳର ଖେଳ ଅତି ରୋମାଞ୍ଚକର ହୋଇଥିଲା। ତେବେ ଖେଳର ଦ୍ବିତୀୟାର୍ଦ୍ଧରେ ସ୍ପଷ୍ଟ ପେନାଲଟି ଜରିଆରେ ୧-୦ ଗୋଲରେ  କିଟ ଆଫ୍ରିକାନ ଦଳ ବିଜୟୀ ହୋଇଛି। ଆଜିର ଖେଳକୁ ସୁଜିତ କୁମାର ପାତ୍ର ଖେଳ ପରିଚାଳନା କରିଥିବା ବେଳେ ଏମଏସ ବାଗ ଶିବ ପ୍ରସାଦ ସାମନ୍ତରାୟ ଲାଇନରେ  ସହଯୋଗ କରିଥିଲେ। ସେହିପରି ଚତୁର୍ଥ ରେଫରୀଭାବେ ହୃଦାନନ୍ଦ ମହତରାୟ, ପ୍ରମୋଦ କୁମାର ଦାସ, ଓମ ପ୍ରକାଶ ମିଶ୍ର, ଭୀମସେନ ବିଶ୍ୱାଳ ଗୋଲ ଜଜ ଭାବେ ଲଛମନ ନାୟକ ଓ ସୁରେଶ ଚନ୍ଦ୍ର ମହାରଣା ଓ ମ୍ୟାଚ କମିଶନରଭାବେ ଅକ୍ଷୟ ପଟ୍ଟନାୟକ କାର୍ଯ୍ୟ ତୁଲାଇଥିଲେ।ଅନୁଷ୍ଠାନର ସଭାପତି ପ୍ରଦୀପ୍ତ କୁମାର ଷଢଙ୍ଗୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅତିଥିଭାବେ ନିରାକାରପୁର କଲେଜର ପ୍ରାକ୍ତନ ଅଧକ୍ଷ ଡ ସଞ୍ଜୟ କୁମାର ମହାପାତ୍ର,ଅନୁଷ୍ଠାନର ପ୍ରାକ୍ତନ ସଭାପତି ପ୍ରଦୀପ୍ତ କୁମାର ପଟ୍ଟନାୟକ,ଅନୁଷ୍ଠାନର ମୁଖ୍ୟ ସଂଯୋଜକ ସନ୍ତୋଷ କୁମାର ଦଳେଇ,ଡିଆ ସରପଞ୍ଚ ପ୍ରଶାନ୍ତ କୁମାର ବେହେରା,ବିଜେପିର ପ୍ରାକ୍ତନ ମଣ୍ଡଳ ସଭାପତି ସନାତନ ବାରିକ,ସିପିଏମ ନେତା ବିଧୁଭୂଷଣ ମହାରଣା, ସାମ୍ବାଦିକ ମାନସ ଚନ୍ଦ୍ର ପଟ୍ଟନାୟକ, ଉମେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ। ଖେଳ ପ୍ରାରମ୍ଭରୁ ସ୍ଥାନୀୟ ଅଞ୍ଚଳର ଇଷ୍ଟଦେବୀ ମା'ଭୌରବୀଙ୍କ ପୀଠରୁ ପଦଯାତ୍ରାରେ କ୍ରୀଡା ମଶାଲକୁ ପଡିଆ ଭିତରକୁ ଅଣାଯାଇଥିଲା ପରେ ଖେଳ ଆରମ୍ଭ ହୋଇଥିଲା।ଆଜିର ଶ୍ରେଷ୍ଠ ଖେଳାଳିଭାବେ କିଟ ଆଫ୍ରିକାନ ଦଳର ୪୨ ନମ୍ବର ଜର୍ସି ଏଲ ନୋବୀକ୍ସଙ୍କୁ ଅନୁଷ୍ଠାନ ପକ୍ଷରୁ ଟ୍ରଫି ପ୍ରଦାନ କରାଯାଇଥିଲା। କମଳ ଲୋଚନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଅନୁଷ୍ଠାନର ସମ୍ପାଦକ ନୃସିଂହ କୁମାର ଦଳେଇ ବାର୍ଷିକ ବିବରଣୀ ପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ। କୋଷାଧକ୍ଷ ସୋମନାଥ ବିଶ୍ୱାଳଙ୍କ ସମେତ ସଂସଦର କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

21
742 views