logo

ମାଜିଷ୍ଟ୍ରେଟ ଓ ଆଇନଜୀବୀ ମାନଙ୍କ 'ବାଲ୍ୟ ବିବାହ ମୁକ୍ତ ଭାରତ ' ସଚେତନତା ରାଲି !

ଆଠମଲ୍ଲିକ:-୨୭/୦୧(ଧନଞ୍ଜୟ ନାୟକ ) ଆଠମଲ୍ଲିକ ତାଲୁକ ଆଇନ ସେବା କମିଟି ପକ୍ଷରୁ 'ବାଲ୍ୟ ବିବାହ ମୁକ୍ତ ଭାରତ' ଗଠନ କରିବା ନେଇ ଏକ ସଚେତନତା ସାଇକେଲ ରାଲି ସୋମବାର ଆଠମଲ୍ଲିକ ନଗର ପରିକ୍ରମା କରିଥିବା ଜଣାଯାଇଛି ! ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରଞ୍ଜନ କୁମାର ସୁତାର ନେତୃତ୍ୱରେ ଏକ ସଚେତନତା ସାଇକେଲ ରାଲି ଆଠମଲ୍ଲିକ ଅଦାଲତ ପରିସର ରୁ ବାହାରି ବସଷ୍ଟାଣ୍ଡ,ଲକ୍ଷ୍ମୀ ନାରାୟଣ ଛକ, ମେଡିକାଲ ଛକ, ଜେଲ ଛକ, ଗାନ୍ଧୀ ଛକ, ଗଣେଶ ବଜାର ଦେଇ ଅଦାଲତ ପରିସର କୁ ଫେରିଥିଲା ! ଏହି ସଚେତନତା ସାଇକେଲ ରାଲିରେ ଆଠମଲ୍ଲିକ ସିଭିଲ ବାର ସଭାପତି ସୁଶାନ୍ତ କୁମାର ମହାପାତ୍ର, ସମ୍ପାଦକ ଅର୍ଜୁନ ରାଉଳ, ଉପସଭାପତି ବିଦ୍ୟୁତ କୁମାର ପାଣିଗ୍ରାହୀ, ସରକାରୀ ଓକିଲ ଭବାନୀ ପ୍ରସାଦ ଜ୍ୟୋତିଷରାୟ, ଅନ୍ତର୍ଯ୍ୟାମୀ ରାଉଳ, ଆଇନଜୀବୀ ଦୀନେଶ କୁମାର ସିଂହ, ଗଣେଶ ଚନ୍ଦ୍ର କର୍ମୀ, ସୁନୀଲ କୁମାର ଶାସନି,ବିନାୟକ ଗୋଦୁକା, ଅଲେଖ ଚନ୍ଦ୍ର କର୍ମୀ, କ୍ରିମିନାଲ ବାର ସଭାପତି ଅଞ୍ଜନ କୁମାର ପ୍ରଧାନ ଙ୍କ ସହ ଆଠମଲ୍ଲିକ ମହାବିଦ୍ୟାଳୟ ର ଛାତ୍ରୀମାନେ ଯୋଗଦେଇ ଥିଲେ !

33
1576 views