logo

ଶ୍ରୀସିଦ୍ଧେଶ୍ବର ମନ୍ଦିରର ବାର୍ଷିକୋତ୍ସବ ଓ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ, ଭେଜାପୁଟ, ଦାମନଯୋଡି,କୋରାପୁଟ, ଓଡିଶା,ତା୨୭/୧/୨୬(ମଙ୍ଗଳବାର)

ଶ୍ରୀସିଦ୍ଧେଶ୍ୱର ମନ୍ଦିରର ବାର୍ଷିକୋତ୍ସବ ଓ ଅଷ୍ଟପ୍ରହର ନାମଯଜ୍ଞ
ଦାମନଯୋଡ଼ି,୨୭/୦୧: ଭେଜାପୁଟ ସ୍ଥିତ ଶ୍ରୀଶ୍ରୀ ସିଦ୍ଧେଶ୍ଵର ମହାଦେବଙ୍କ ମନ୍ଦିରର ୩୦ତମ ବାର୍ଷିକୋତ୍ସବ ଓ ଅଷ୍ଟପ୍ରହର ନାମଯଜ୍ଞ ମଙ୍ଗଳ ଅନୁଷ୍ଠିତ ହୋଇଯାଇଛି।ସୋମବାର ଦିନ ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ବେଳେ ମଙ୍ଗଳବାର ସକାଳ ୬ଘଟିକା ଠାରୁ ନାମଯଜ୍ଞ ଆରମ୍ଭ ହୋଇଥିଲା।ଏଥିସହିତ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମହାଦେବଙ୍କ ରୁଦ୍ରାଭିଷେକ ହୋଇଥଲା।ରୁଦ୍ରାଭିଷେକରେ ମଳୟ ସ୍ଵାଇଁ ଧର୍ମପତ୍ନୀ ରୀତାଞ୍ଜଳିଙ୍କ ସହିତ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ। କୈଳାସ ଚନ୍ଦ୍ର ମାହୁନ୍ତ ଅଷ୍ଟପ୍ରହରୀର କର୍ତ୍ତା ଦାୟିତ୍ଵ ତୁଲାଇଥିଲେ।ପୂଜକ ମାନସ କୁମାର ଦାଶଙ୍କ ସହିତ ସନ୍ତୋଷ କୁମାର ଦାଶ,ତୃପ୍ତିରାଜ ରଥ ଓ ଦେବେନ୍ଦ୍ର ଦାଶ ସମସ୍ତ ପୂଜା କାର୍ଯ୍ୟ ଓ ନୀତିକାନ୍ତି ତୁଲାଇଥିଲେ।ସନ୍ଧ୍ୟାରେ ସାର୍ବଜନିନ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା।ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ସରୋଜ କୁମାର ସ୍ୱାଇଁ ଓ ତାଙ୍କ ଧର୍ମପତ୍ନୀ ଚାରୁଲତା ସ୍ବାଇଁ,ବାବୁଲି କୁମାର ସ୍ଵାଇଁ,ଉପେନ୍ଦ୍ର ପାଣିଗ୍ରାହୀ,ସୌଭାଗ୍ୟ ବସ୍ତିଆ,ଅଜୟ କୁମାର ଜେନା,ସୋମନାଥ ସାମନ୍ତରାୟ,ଅଜୟ ପଣ୍ଡା,ହରିବନ୍ଧୁ ବିଶ୍ବାଳ,ଅଭିମନ୍ୟୁ ବିଶ୍ଵାଳ,ଶଶିଭୂଷଣ ପରିଡ଼ା,ଜଳେନ୍ଦ୍ର ତ୍ରିପାଠୀ ଓ ସୁରେନ୍ଦ୍ର ମଲ୍ଲଙ୍କ ସହିତ ଶ୍ରୀ ସିଦ୍ଧେଶ୍ୱର ବଣିକ ସଂଘ ସଦସ୍ୟ ଓ ଗ୍ରାମବାସୀ ମିଳିତ ଭାବେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।ବୁଧବାର ସକାଳେ ନାମ ସମାପନ ପରେ ନଗର ପରିକ୍ରମା,ଦଧିହାଣ୍ଡି ଭଗ୍ନ ଓ ଯମୁନା ସ୍ନାନ କାର୍ଯ୍ୟକ୍ରମ ରହିଛି।

16
1284 views