logo

ସରସ୍ଵତୀ ବିଦ୍ୟାମନ୍ଦିରରେ ସଡ଼କ ସୁରକ୍ଷା ସପ୍ତାହ ପାଳନ, ନାଲକୋ,ଦାମନଯୋଡି,କୋରାପୁଟ, ଓଡିଶା,ତା୨୭/୧/୨୬(ମଙ୍ଗଳବାର)

ସରସ୍ଵତୀ ବିଦ୍ୟାମନ୍ଦିରରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଦାମନଯୋଡ଼ି :- ତା ୨୭.୧.୨୦୨୬ ରିଖ ନାଲକୋ ଶିଳ୍ପାଞ୍ଚଳସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ପ୍ରେକ୍ଷ୍।ଳୟରେ ଆଜି ନାଲକୋ ପରିବେଶ ଓ ସୁରକ୍ଷା ବିଭାଗ ଓ ଏସ ଭି ଏମ୍ ର ଯୁବ ରେଡ୍ କ୍ରସ୍ ତରଫରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଭାରପ୍ରାପ୍ତ ଅଧକ୍ଷ ପ୍ରଦୀପ କୁମାର ଜଗତି ଙ୍କ ସଭାପତିତ୍ବ ରେ ଆୟୋଜିତ ଏକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ନାଲକୋ ଖଣି ବିଶୋଧନ ପ୍ରକଳ୍ପର ପରିବେଶ ଓ ସୁରକ୍ଷା ବିଭାଗର ଉପ ମହାପ୍ରବନ୍ଧକ ୟୁ ମେହେତା ଓ ରଶ୍ମି ରଞ୍ଜନ ସେଠୀ, ମୁରଲୀ ଧର ଦାସ ଓ ନିହାର ରଞ୍ଜନ ରାୟ ଯୋଗଦେଇ ସଡ଼କ ସୁରକ୍ଷା ସପ୍ତାହ ପାଳନର ତାତ୍ପର୍ଯ୍ୟ, ସଡ଼କ ସୁରକ୍ଷା ର ନିୟମ, ଦୁର୍ଘଟଣାର କାରଣ ଓ ନିରାକରଣ ରାସ୍ତାରେ ଚାଲିବା ଲୋକର ଅଧିକାର ଓ ହେଲମେଟ ର ବ୍ୟବହାର ପାୱାର ପଏଣ୍ଟ ମାଧ୍ୟମ ରେ ବୁଝାଇବା ସହ ୧୮ ବର୍ଷ ଆଗରୁ ଗାଡି ନ ଚଳାଇବା ଲାଗି ଶପଥ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀ ଡ଼ଃ ଗୋଧୂଳି ଦୋରା,ଡ଼ଃ ନିରୋଦ କୁମାର ପ୍ରଧାନ, କଲ୍ୟାଣୀ ଦାସ, ମୃଣ୍ମୟୀ ନନ୍ଦ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରମାନେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୁବ ରେଡ୍ କ୍ରସ ପରାମର୍ଶଦାତା ଡକ୍ଟର ନରେଶ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିବାସହ ସଂଯୋଜନା ଓ ପରିଚାଳନା କରିଥିଲେ। ଶେଷରେ ଡ଼ଃ ଗୋଧୁଲି ଦୋରା ଧନ୍ୟବାଦ୍ ଅର୍ପଣ କରିଥିଲେ।

33
1694 views