logo

ଜାତୀୟ ସଡ଼କ ସୁରକ୍ଷା ମାସ: ଜୁନାଗଡ଼ରେ ହେଲମେଟ ସଚେତନତା ମଟର ସାଇକେଲ ରାଲି ଜୁନାଗଡ଼, ତା. ୨୭/୦୧/୨୦୨୬: ସ୍ୟୈଜନ୍ୟ K T O A Junagah



ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ “ସଚେତନତାରୁ ସୁରକ୍ଷା, ପ୍ରଯୁକ୍ତିରୁ ପରିବର୍ତ୍ତନ” ବାର୍ତ୍ତାକୁ ନେଇ କଳାହାଣ୍ଡି ପରିବହନ ବିଭାଗ ଓ ଜୁନାଗଡ଼ ପୁଲିସର ଯୁକ୍ତ ଉଦ୍ୟମରେ ଏକ ମଟର ସାଇକେଲ ହେଲମେଟ ସଚେତନତା ରାଲି ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ K T O A ଜୁନାଗଡ଼ର ସ୍ୟୈଜନ୍ୟରେ ଅନୁଷ୍ଠିତ ହୋଇ, ଜୁନାଗଡ଼ ହିଙ୍ଗଲିବାହେଲି ଛକରୁ ବାହାରି ବଳିଆମାଳ ପର୍ଯ୍ୟନ୍ତ ରାଲି ଆକାରରେ ଯାଇ ସାଧାରଣ ଜନତାଙ୍କୁ ସଡ଼କ ସୁରକ୍ଷା ଓ ହେଲମେଟ ବ୍ୟବହାର ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା।
ଏହି ରାଲିରେ କଳାହାଣ୍ଡି ପରିବହନ ବିଭାଗର T.I. ଶ୍ରୀ ମିତ୍ର ଭାନୁ ପ୍ରଦାନ, ଜୁନାଗଡ଼ ପୁଲିସ I.I.C. ଶ୍ରୀ ସିଧେଶ୍ୱର ବେହେରା, K T O A ଜୁନାଗଡ଼ ସଭାପତି ଶ୍ରୀ ତାପସ କୁମାର ସାହୁ, କେସିଙ୍ଗା ଉପସଭାପତି ଶ୍ରୀ ପ୍ରସନ୍ନ ମହାନ୍ତି (ପଙ୍ଗୁଲାଭାଇ), ଜୁନାଗଡ଼ ପୂର୍ବତନ ନଗରପାଳ ଶ୍ରୀ ସୁଧାଂଶୁଶେଖର ବରାଡ ସହିତ ମାଲିକ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ସଚେତନତା ବାର୍ତ୍ତା ଦେଇଥିଲେ।
ଏହି ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ସଡ଼କ ଦୁର୍ଘଟଣା କମାଇବା ସହ ସୁରକ୍ଷିତ ଯାତାୟାତ ପାଇଁ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥିଲା।

0
776 views